ମହାମହିମ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଛନ୍ତି ଦିବ୍ୟାଙ୍ଗ ସୁରେନ୍ଦ୍ର

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ କୁଇବାହାଲ ପଞ୍ଚାୟତ ଅନ୍ତର୍ଗତ ବାଞ୍ଜିପାଲି ଗ୍ରାମର ଦିବ୍ୟାଙ୍ଗ ସୁରେନ୍ଦ୍ର ତାଣ୍ଡି ମହାମହିମ ରାଷ୍ଟ୍ରପତିଙ୍କୁ ନିଜ ଘରେ ପାଦ ପକାଇବାକୁ ଟୁଇଟର ମାଧ୍ୟମରେ ନିମନ୍ତ୍ରଣ କରିଥିବା ଜଣାପଡିଛି। ଦଳିତ ସଂପ୍ରଦାୟର ସୁରେନ୍ଦ୍ର ଜନ୍ମରୁ ଦିବ୍ୟାଙ୍ଗ ଅଟନ୍ତି ପାରିବାରିକ ଆର୍ଥିକ ଅନାଟରେ ରହିଥିବା ସୁରେନ୍ଦ୍ର କଷ୍ଟେ ମଷ୍ଟେ କଳାରେ ସ୍ନାତକ ପାସ କରିବା ପରେ ଚାକିରି ଖଣ୍ଡିଏ ପାଇଁ ନ ପାରୀ ଶ୍ରମିକ ଭାବେ ମନରେଗା କାମ କରି ମାଁ ଏବଂ ଭାଈ ଭଉଣୀଙ୍କୁ ପ୍ରତିପୋଷଣ କରୁଛନ୍ତି। ସୁରେନ୍ଦ୍ରଙ୍କ ଦୀର୍ଘ ବର୍ଷରୁ ଏକ ସପ୍ନ ଥିଲା ଯେ ଯେବେ ଭାରତ ବର୍ଷରେ ଏକ ଦଳିତ ସଂପ୍ରଦାୟର ରାଷ୍ଟ୍ରପତି ହେବେ ସେ ତାଙ୍କୁ ନିଜ ଘରକୁ ନିମନ୍ତ୍ରଣ କରିବେ।

ସେ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ବର୍ତ୍ତମାନର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଟୁଇଟର ମାଧ୍ୟମରେ ନିଜ ଘରେ ପାଦ ପକାଇବାକୁ ନିମନ୍ତ୍ରଣ କରିଛନ୍ତି। ଟୁଇଟରରେ ମହାମହିମ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ଓଡ଼ିଶା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଭୁବନେଶ୍ବର ଓଡ଼ିଶା, ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଦର୍ଶାଇଥିବା ଜଣାପଡ଼ିଛି। ମହାମହିମ ରାଷ୍ଟ୍ରପତି ତାଙ୍କ ଘରକୁ ଆସି ପାଦ ପକାଇବେ ବୋଲି ଦିବ୍ୟାଙ୍ଗ ସୁରେନ୍ଦ୍ର ଆଶା ବାନ୍ଧି ବସିଛନ୍ତି।

Comments are closed.