କଂଟାବାଞ୍ଜି ଏନଏସି ଉପାଧ୍ୟକ୍ଷା ହେଲେ କଂଗ୍ରସର କାଉନସିଲର ମନୋରମା ରାଉତ

କଂଟାବାଞ୍ଜି – କଂଟାବାଞ୍ଜି ପୌର ପରିଷଦର ଉପାଧ୍ୟକ୍ଷା ପଦ ପାଇଁ ନିର୍ବାଚନ ଶେଷ ହୋଇଯାଇଛି । କଂଟାବାଞ୍ଜି ଏନଏସି କାର୍ଯ୍ୟାଳୟରେ ପରିସରରେ ଉପାଧ୍ୟକ୍ଷା ନିର୍ବାଚନ ହୋଇଥିଲା । ୧୬ ୱାର୍ଡ ବିଶିଷ୍ଟ କଂଟାବାଞ୍ଜି ଏନଏସି ରେ ୧୦ କାଉନସିଲର କଂଗ୍ରେସ , ୫ ବିଜେଡି ଏବଂ ଜଣେ ବିଜେପି କାଉନସିଲର ନିର୍ବାଚିତ ହୋଇଥିଲେ ।

କଂଗ୍ରେସ ଦଳର ୧୩ ୱାର୍ଡର କାଉନସିଲର ମନୋରମା ରାଉତ ଉପାଧ୍ୟକ୍ଷା ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଜେଡି ଏବଂ ବିଜେପିର କୌଣସି କାଉନସିଲର ନାମାଙ୍କନ ପତ୍ର ଦାଖଲ କରିନଥିବା ବେଳେ କଂଗ୍ରେସର ମନୋରମା ରାଉତ ର୍ନିଦ୍ୱନ୍ଦରେ ବିଜୟ ହାସଲ କରିଛନ୍ତି । ମନୋରମା ରାଉତ ଏକାଧିକ ଥରସେ କାଉନସିଲର ଭାବେ ନିର୍ବାଂଚିତ ହୋଇସାରିଛନ୍ତି । ତାଙ୍କ ସ୍ୱାମୀ ସୁଶୀଲ ରାଉତ ମଧ୍ୟ କାଉନସିଲର ଥିଲେ ।

Comments are closed.