କଟକଣା ମଧ୍ୟରେ ବାହୁଡା଼ ଯାତ୍ରା ସମ୍ପନ୍ନ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଓ ଆଖ ପାଖ ଗ୍ରାମାଞ୍ଚଳରେ କୋଭିଡ କଟକଣା ମଧ୍ୟରେ ଶ୍ରୀ ଜୀଉଙ୍କ ବାହୁଡା ଯାତ୍ରା ସମ୍ପନ୍ନ ହୋଇ ଯାଇଛି। ଅଳ୍ପ ସଂଖ୍ୟକ ସେବାୟତ ଓ ମନ୍ଦିର ପରିଚାଳନା କମିଟିଙ୍କୁ ନେଇଁ ବିଦ୍ଧିମତେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇ ଯାଇଛି। ଚତୁର୍ଦ୍ଧା ମୂର୍ତ୍ତି ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା, ସୁଦର୍ଶନଙ୍କୁ ମନ୍ଦିର ଭିତରେ ହିଁ ପୂଜାର୍ଚନା ପରେ, ଧାଡି ପହଣ୍ଡି କରାଯାଇ ରଥା ରୁଢ଼ କରାଯାଇଥିଲା।

ବାହୁଡା଼ ଯାତ୍ରା ଵିଧି ପରେ ମା ଲକ୍ଷ୍ମୀ, ପ୍ରଭୁ ଜଗନ୍ନାଥଙ୍କ ମାନଭଞ୍ଜନ କରିଥିଲେ। ସହରର ପୁରୁଣା ବସ୍ତି, ଆଶ୍ରମ ପଡ଼ା ବିଦ୍ୟୁତ କଲୋନୀ, ସହ ବିଭିହ୍ନ ଜାଗାରେ ପୂଜାର୍ଚନା ସହ ଦଶ ଦିନ ଧରି ଘୋଷ ଯାତ୍ରା ଠାରୁ ବାହୁଡା଼ ଯାତ୍ରା ପର୍ଯ୍ୟନ୍ତ ଚାଲିଥିବା ପର୍ବ ଶେଷ ହେବା ପରେ, ଆଜି ଶ୍ରୀ ଜୀଉଙ୍କ ସୁନାବେଶ ହୋଇଛି।

Comments are closed.