ତିରୁପତି ଇଟା ଭାଟିରୁ ଫେରିଲେ ୮୦ ପ୍ରବାସୀ ଶ୍ରମିକ

କଣ୍ଟାବାଞ୍ଜି  : ଦାଦନ ଗଡ ଭାବରେ ପରିଚିତ ତୁରେକେଲା ଏବଂ କଣ୍ଟାବାଞ୍ଜି ସହରାଞ୍ଚଳ କୁ ଆନ୍ଧ୍ରପ୍ରଦେଶ ତିରୁପତି ରୁ ଫେରିଲେ ୮୦ ପ୍ରବାସୀ ଶ୍ରମିକଙ୍କ ସମେତ ଶିଶୁ। ଗତ ମାର୍ଚ୍ଚ ମାସ ଲକଡାଉନ ପରେ ଲଗାତାର ପ୍ରବାସୀ ଶ୍ରମିକଙ୍କ ଘରକୁ ଫେରିବା ଜାରି ରହିଛି। ରବିବାର ଜୁନ ମାସର ଶେଷ ସଟ୍‍ ଡାଉନ ସମୟରେ ତିରୁପତି ଅଞ୍ଚଳରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଏହି ପ୍ରବାସୀ ଶ୍ରମିକମାନେ ବଲାଙ୍ଗିର ଷ୍ଟେସନରେ ଆସି ପହଞ୍ଚିଲା ପରେ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ବସ ଯୋଗେ ବିଭିନ୍ନ ଅଞ୍ଚଳକୁ ପଠାଇଥିଲେ। ହଠାତ୍‍ ଟ୍ରେନ ରେ ଶ୍ରମିକମାନେ ଆସିବା ବ୍ଲକ ପ୍ରଶାସନ କୁ ଆଗରୁ ସୂଚନା ନ ଥିଲା। ଆସିଥିବା ପ୍ରବାସୀମାନଙ୍କ ମଧ୍ୟରୁ କଣ୍ଟାବାଞ୍ଜି ଏନ୍‍.ଏ.ସି.ର ୱାର୍ଡ ନଂ ୧୨,୧୧ ଏବଂ ୫ ନମ୍ବର ରୁ ୧୮ ଜଣ ଙ୍କୁ ବାଳକ ହାଇସ୍କୁଲ ସଂଗରୋଧ କେନ୍ଦ୍ର ରେ ୧୪ ଦିନ ପାଇଁ ରଖାଯାଇଥିବା ବେଳେ ତୁରେକେଲା ବ୍ଲକ ର କରୁଆମୁଣ୍ଡା ଗ୍ରା.ପ ର ୮ ଜଣ, ହଲନଭଟା ଗ୍ରା.ପ. ର୨୪ ଜଣ ଏବଂ ଝରଣୀ ଗ୍ରା.ପ. ର ୩୦ ଜଣ ଆସିଥିବା ବେଳେ ଝରଣୀ ପ୍ରବାସୀମାନଙ୍କୁ ଧାମନଡଙ୍ଗା ଆଇ.ଟି.ଆଇ. ସଂଗରୋଧ କେନ୍ଦ୍ର ରେ ରଖାଯାଇଥିଲା ।

ଏଠାରେ ସୂଚନା ଯୋଗ୍ୟ କି ଜିଲ୍ଲା ପ୍ରଶାସନ ଜୁନ ୩୦ ତାରିଖ ସୁଦ୍ଧା ବିଭିନ୍ନ ସ୍କୁଲ ମାନଙ୍କୁ ଖାଲି କରିବା ସହ ସେନିଟାଇଜ କରିବାକୁ ବ୍ଲକ ପ୍ରଶାସନ କୁ ସୂଚନା ଦେଇଥିଲେ। ତେଣୁ ଝରଣୀ ପ୍ରବାସୀ ଶ୍ରମିକମାନଙ୍କୁ ଧାମନଡଙ୍ଗା ଆଇ.ଟି.ଆଇ. ସଂଗରୋଧ କେନ୍ଦ୍ର ରଖାଯାଇଥିବା ବ୍ଲକ ପ୍ରଶାସନ ତରଫରୁ ସୂଚନା ପ୍ରାପ୍ତ ହୋଇଥିଲା। କିନ୍ତୁ ଗତକାଲି ରାତିରେ ଏହି ପ୍ରବାସୀ ଶ୍ରମିକମାନଙ୍କୁ ମଦ୍ୟପାନ କରିଥିବା କିଛି ଯୁବକ ଗାଲି ଗୁଲଜ କରି ଆମ ପାଖରେ ଲୋକ ନାହିଁ, ତେଣୁ ତୁମେମାନେ ତୁମର ପଞ୍ଚାୟତ ସଂଗରୋଧ କେନ୍ଦ୍ରକୁ ଯାଅ ବୋଲି ସେଠାରୁ ତଡି ଦେଇଥିବା ଏହି ପ୍ରବାସୀ ଶ୍ରମିକମାନେ ଅଭିଯୋଗ କରିଥିବା ପ୍ରାପ୍ତ ସୂଚନା ରୁ ଜଣାପଡିଛି।

ଗତକାଲି ରାତିରେ ଏହି ପ୍ରବାସୀମାନେ ଝରଣୀ ଆଦର୍ଶ ଓଡିଶା ବିଦ୍ୟାଳୟ କ୍ୱାରେନଟାଇନ କେନ୍ଦ୍ରରେ ସଂଗରୋଧ ରେ ରହିଥିବା ଜି.ପିଇ.ଓ. ଗୋବିନ୍ଦ ଭୁଏ ସୂଚନା ଦେଇଛନ୍ତି। ବର୍ତ୍ତମାନ ତୁରେକେଲା ବ୍ଲକ କୁ ଗତ ୨୬ ଜୁନ ସୁଦ୍ଧା ପ୍ରାୟ ୧୮ ହଜାର ୪୬ ଜଣ ପ୍ରବାସୀ ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ସରକାର ସଂଗରୋଧ ନିୟମ ଅନୁପାଳନ କରି ୧୭ ହଜାର ୨୭୭ ଜଣ ଙ୍କୁ ଡିସଚାର୍ଜ ହୋଇ ଘରକୁ ଫେରିଥିବା ବ୍ଲକ ପ୍ରଶାସନ ସୂଚନା ଦେଇଥିବା ବେଲେ କଣ୍ଟାବାଞ୍ଜି ଏନ୍‍.ଏ.ସି. ଅଞ୍ଚଳ ରେ ଗତ ମାର୍ଚ୍ଚ ମାସ ଶେଷ ଭାଗରୁ ଜୁନ ୨୮ ତାରିଖ ପର୍ଯ୍ୟନ୍ତ ୩୧୨ ଜଣ ପ୍ରବାସୀ ସହରର ୩ଟି କ୍ୱାରେନଟାଇନ କେନ୍ଦ୍ରରେ ସଂଗରୋଧ ଥାଇ ୨୮୭ ଜଣ ଡିସଚାର୍ଜ ହୋଇ ଘରକୁ ଫେରିଥିବା ବେଳେ ୨୯ ଜଣ ପ୍ରବାସୀଙ୍କ ସହ ଗତକାଲି ତିରୁପତି ରୁ ଫେରିଥିବା ୧୮ ଜଣ ସମେତ ୪୭ ଜଣ ପ୍ରବାସୀ ସଂଗରୋଧ ରେ ଥିବା ବେଳେ ଆଜି ଆଉ ୫ ଜଣ ପ୍ରବାସୀ କେନ୍ଦ୍ରରୁ ଡିସଚାର୍ଜ ହେବେ ବୋଲି ନୋଡାଲ ଅଫିସର ଙ୍କ ସୂତ୍ରରୁ ଜଣାପଡିଛି।

Comments
Loading...