ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

କଣ୍ଟାବାଞ୍ଜି: ତୁରେକେଲା ବ୍ଲକ ଗଞ୍ଜା ଉଡାର ଗ୍ରାମର ଶତାଧିକ ମହିଳାଙ୍କ ସହ ଅନୁସୂଚିତ ଜନଜାତି ଓ ଅନ୍ୟାନ ପାରମ୍ପରିକ ବନବାସୀମାନେ ଆଜି ଏକ ଶୋଭାଯାତ୍ରାରେ ଆସି ସହର ପରିକ୍ରମା କରିଥିଲେ। ଶୋଭାଯାତ୍ରାକାରୀ ବିଭିନ୍ନ ସ୍ଲୋଗାନ ଦେଇ ତହସିଲ କାର୍ଯ୍ୟାଳୟ ନିକଟସ୍ଥ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ ଧାରଣା ଦେଇଥିଲେ। ଏହି ବିକ୍ଷୋଭ ପ୍ରଦର୍ଶନରେ କଣ୍ଟାବାଞ୍ଜି ଆମ ଆଦମି ପାର୍ଟି ସଂଯୋଜକ ସୁରଥ ବେହେରା ସାମିଲ ହୋଇ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ ୨୦୦୬ ଓ ସଂଶୋଧିତ ନିୟମାବଳୀ ୨୦୧୨କୁ ସଠିକ କାର୍ଯ୍ୟକାରୀ କରିବା ସହ ରାଜ୍ୟ ସରକାର ବନବାସୀ ମାନଙ୍କ ହକ ଦେବାସହ, ଜଙ୍ଗଲ ଅଞ୍ଚଳରେ ସଂରକ୍ଷଣକୁ ସୁଦୃଢ କରିବା ନିମନ୍ତେ ଦାୟିତ୍ୱ ଏବଂ ଅଧିକାର ଅନ୍ତର୍ଭୁକ୍ତ କରିବା ଏବଂ ଏଥିରେ ଖାଦ୍ୟ ନିରାପତ୍ତା ଓ ଜୀବିକାର ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବାକୁ ଆହ୍ୱାନ ଦେଇ ଥିଲେ. ଜିନ୍ଦାବାଦ ସଂଗଠନର ଆବାହକ ଲୋଚନ ବରିୟା ଜିଲା ବନଖଣ୍ଡ ଅଧିକାରୀ(ପଶ୍ଚିମ)ଙ୍କ ଉଦେଶ୍ୟରେ ୮ ଦଫା ଦାବି ପ୍ରଦାନ କରିଥିଲେ।

Comments are closed.