ମାଝିପଡା ପ୍ରାଥମିକ ବିଦ୍ୟାଳୟରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

କଣ୍ଟାବାଞ୍ଜି: ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି ସ୍ଲୋଗାନର ଜନ ନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ପଶ୍ଚିମ ଓଡିଶାର ବୀରପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝିପଡା ପ୍ରାଥମିକ ବିଦ୍ୟାଳୟରେ କୋଭିଡ ମହାମାରୀର ନିୟମକୁ ଅନୁସରଣ କରି ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ଦାଶ ଉଭୟଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ଧୂପ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷକ କିଶୋର ବରିହା, ଶିକ୍ଷୟତ୍ରୀ ଦେବକି ତାଣ୍ଡି ,ଅଗସ୍ତି ମାଝି ଓ ଛିନେ ମାଝି ଉପସ୍ଥିତ ଥିଲେ। ଠିକ ସେହିପରି ଚଟୁଅନକାସ୍ଥିତ ଅଙ୍ଗନବାଡି କେନ୍ଦ୍ରରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଥିଲା ଏହି ଅବସରରେ ଅତିଥୀ ଭାବରେ ମାଝିପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରଞ୍ଚି ନାରାୟଣ ଦାଶ, ମାଳି ସମାଜ ସଭାପତି କବିରାଜ ପୁଟେଲ,ଆଙ୍ଗନବାଡି କର୍ମି ସଂଗୀତା ବଏ ଉପସ୍ଥିତ ଥିଲେ।

Comments are closed.