କାନପୁରରେ ଦିନକରେ ୬୭ ମୃତ ; ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ ୧୧

କାନପୁର : କାନପୁରରେ କରୋନାରେ ହୋଇଥିବା ମୃତ୍ୟୁକୁ ନେଇ ତଥ୍ୟ ସଠିକ ଭାବେ ମିଳୁନଥିବା ଜଣାପଡିଛି। ବୁଧବାର କରୋନାର ମୃତ୍ୟୁ ସଂଖ୍ୟା ୬୭ ରହିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ, ୨୪ ଘଣ୍ଟାରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି।
୫୬ ଜଣଙ୍କର ହୋଇଥିବା ମୃତ୍ୟୁ ବିଷୟରେ କୌଣସି ସଠିକ ତଥ୍ୟ ନାହିଁ। ଦିନକରେ କେବଳ ୧୧ ଜଣଙ୍କ ମୃତ୍ୟୁ ନେଇ ହିଁ ତଥ୍ୟ ମିଳିଛି। ୫୬ ଜଣଙ୍କ ମୃତ୍ୟୁକୁ ନେଇ କୌଣସି ସୂଚନା ମିଳିପାରି ନାହିଁ।
ବୁଧବାର ସହରର ୧୭ଟି ହସ୍ପିଟାଲରେ ୬୭ ଜଣଙ୍କର ମୃତ୍ୟୁ ହୋଇଛି। ମାତ୍ର ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ ମୃତ୍ୟୁ ସଂଖ୍ୟା ୧୧ ଦର୍ଶାଯାଇଛି। ସହରରେ ଏଯାଏଁ ୧୩୬୩ ଲୋକଙ୍କର ମୃତ୍ୟୁ ହୋଇଛି। ଏସିଏମଓ ଡାକ୍ତରଙ୍କ କହିବା ଅନୁଯାୟୀ, ସନ୍ଧ୍ୟା ୫ଟା ଯାଏଁ ହିଁ ମୃତ୍ୟୁ ତଥ୍ୟ ଦିଆଯାଇଥାଏ। ୫ଟା ପରେ ହୋଇଥିବା ମୃତ୍ୟୁକୁ ପରଦିନ ଗଣତିରେ ନିଆଯାଇଥାଏ।

Comments are closed.