କାନପୁରରେ ଅଧିକ ପ୍ରଦୂଷଣ ; ୟୁପିରେ ୧୦ଟି ପ୍ରଦୂଷିତ ସହର

0

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଦେଶର ୧୦ଟି ମୁଖ୍ୟ ପ୍ରଦୂଷିତ ସହରର ତାଲିକା ପ୍ରକାଶ ପାଇଛି। ଏହି  ୧୦ଟି ପ୍ରମୁଖ  ପ୍ରଦୂଷିତ ସହର ମଧ୍ୟରୁ ଉତ୍ତର ପ୍ରଦେଶରେ ୮ଟି ସହର ରହିଛି ।

କାନପୁରର ବାୟୁ ସବୁଠାରୁ ବିଷାକ୍ତ ବୋଲି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି । କାନପୁରର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୪୨୦ ସ୍ତରକୁ ପହଞ୍ଚିଛି, ଯାହାକୁ  ବହୁତ ଖରାପ ସ୍ତର ବୋଲି ଧରାଯାଇଥାଏ । କାନପୁର ବ୍ୟତୀତ ଅନ୍ୟ ୭ଟି ସହର ଏଥିରେ ସ୍ଥାନ ପାଇଛି।

ଉତ୍ତର ପ୍ରଦେଶର  ରାଜଧାନୀ ଲକ୍ଷ୍ନୌ ୩୨୩ ଏକ୍ୟୁଆଇ ସହିତ ୧୨ତମ ପ୍ରଦୂଷିତ ସହର ଭାବେ ବିବେଚିତ ହୋଇଛି । ତେବେ ବିଗତ ୨ ଦିନ ମଧ୍ୟରେ ସହରର ପ୍ରଦୂଷଣ ମାତ୍ରା ସାମାନ୍ୟ ହ୍ରାସ ପାଇଛି । ଲକ୍ଷ୍ନୌ ନିକଟରେ ସେଭଳି ଶିଳ୍ପ ନଥିବାରୁ ପ୍ରଦୂଷଣ ହ୍ରାସ ପାଇଛି । ଏହି ତାଲିକାରେ ଗାଜିଆବାଦ (୪୧୫), ଗୁରୁଗ୍ରାମ (୪୦୩), ବାଗପତ୍ (୩୯୮), ଝାପୁଡ୍ (୩୯୬), ଦିଲ୍ଲୀ (୩୬୬), ନୋଏଡା (୩୮୫), ବୁଲନ୍ଦ ସହର (୩୮୮), ଗ୍ରେଟର ନୋଏଡା (୩୬୨) ଓ ମୁଜାଫରନଗର ଏକ୍ୟୁଆଇ (୩୩୭) ରହିଛି ।

ତେବେ ପାଣିପାଗ ବୈଜ୍ଞାନିକଙ୍କ ଅନୁସାରେ ପ୍ରଦୂଷଣ ଯୋଗୁଁ ବାୟୁର ମାନ ଆହୁରି ଖରାପ ସ୍ତର ଆଡକୁ ଗତି କରୁଛି ।

Leave A Reply