କାନ୍ନୁର-ବେଙ୍ଗାଲୁରୁ ଏକ୍ସପ୍ରେସ ଲାଇନଚ୍ୟୁତ; ସମସ୍ତ ଯାତ୍ରୀ ସୁରକ୍ଷିତ

ବେଙ୍ଗାଲୁରୁ: ଶୁକ୍ରବାର ଭୋର ପ୍ରାୟ ୩.୫୦ରେ କାନ୍ନୁର-ବେଙ୍ଗାଲୁରୁ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି । ଟ୍ରେନର ୫ଟି ବଗି ରେଳଧାରଣାରୁ ଖସିଯାଇଥିବା ଜଣାଯାଇଛି । ବେଙ୍ଗାଲୁରୁ ରେଳ ଡିଭିଜନର ଟୋପୁରୁ-ସିବାଡି ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଜଣାଯାଇଛି ଯେ ରେଳ ଧାରଣା କଡରେ ଥିବା ଛୋଟ ଛୋଟ ପାହାଡରୁ ଅତର୍କିତ ଭାବରେ ପଥର ଖଣ୍ଡ ଖସି ରେଳଧାରଣା ଉପରେ ପଡିବାରୁ ସେହି ବାଟଦେଇ ଅତିକ୍ରମ କରୁଥିବା କାନ୍ନୁର-ବେଙ୍ଗାଲୁରୁ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା । ତେବେ ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ଦୁର୍ଘଟଣା ସମ୍ପର୍କରେ ଖବର ମିଳିବା ପରେ ପଶ୍ଚିମ ରେଳବାଇ ପକ୍ଷରୁ ସେଠାକୁ ରିଲିଫ ଟ୍ରେନ ପଠାଯାଇ ଅଟକି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ଅନ୍ୟ ଏକ ଟ୍ରେନରେ ଗନ୍ତବ୍ୟ ସ୍ଥଳକୁ ପଠାଯିବା ସହିତ ଲାଇନଚ୍ୟୁତ ଡବାଗୁଡିକୁ ଧାରଣା ଉପରକୁ ଉଠାଇବା ଏବଂ ରେଳଧାରଣା ମରାମତି କାର୍ଯ୍ୟ ଆରମ୍ଭ ହୋଇଛି ।

Comments are closed.