ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କୁ ଜାମିନ

ନୂଆଦିଲ୍ଲୀ : ସ୍ୟାଣ୍ଡେଲଉଡ୍ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କୁ ଜାମିନ ମିଳିଛି। ରାଗିଣୀ ଆଜି ଅର୍ଥାତ୍ ଜାନୁଆରୀ ୨୧ରେ ସୁପ୍ରିମକୋର୍ଟରୁ ଜାମିନ ପାଇଛନ୍ତି।


ସୂଚନାଯୋଗ୍ୟ, ଡ୍ରଗ୍ସ କାରବାର ଅଭିଯୋଗରେ ରାଗିଣୀଙ୍କୁ ସେପ୍ଟେମ୍ବର ୪, ୨୦୨୦ରେ ଗିରଫ କରାଯାଇଥିଲା। ଜଷ୍ଟିସ ଆରଏଫ ନରିମାନ, ଜଷ୍ଟିସ ନବୀନ ସିହ୍ନା ଏବଂ ଜଷ୍ଟିସ କେଏମ ଜୋସେଫଙ୍କ ଏକ ବେଞ୍ଚ ଗତ ବର୍ଷ ନଭେମ୍ବର ୩ରେ ଏହି ମାମଲାରେ ଅଭିନେତ୍ରୀ ତଥା ଅନ୍ୟମାନଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ଜାମିନକୁ ଖଣ୍ଡନ କରିଥିଲେ। ଏହି ମାମଲାରେ ଅନେକ ବଡବଡିଆଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା।

Comments are closed.