ଡ଼କାୟତି ଯୋଜନା ବେଳେ ୨ଜଣଙ୍କୁ କାବୁ କଲା ପୁଲିସ, ୩ ଫେରାର

କଣିହାଁ : ଅନୁଗୁଳ ଜିଲା କଣିହାଁ ପୁଲିସକୁ ସଫଳତା ମିଳିଛି। ଡକାୟତି ଯୋଜନା ପୂର୍ବରୁ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି। କଣିହାଁ ଥାନା ବଡହୀରା ବାଲିପଟା ମଧ୍ୟରେ ଜଙ୍ଗଲରେ ରବିବାର ରାତି ପ୍ରାୟ ୨ଘଟିକା ସମୟରେ ଡକାୟତି ଯୋଜନା କରୁଥିବା ସମୟରେ ଖବର ପାଇ ପାଟ୍ରୋଲିଂ କରୁଥିବା ପୁଲିସ ପକ୍ଷରୁ ଚଢାଓ କରାଯାଇଥିଲା। ଚଢାଓ ସମୟରେ ପୁଲିସ ୨ଜଣଙ୍କୁ କାବୁ କରିଥିବାବେଳେ ୩ଜଣ ଫେରାର ହୋଇଯାଇଥିଲେ। କାବୁ କରାଯାଇଥିବା ୨ଜଣଙ୍କ ପାଖରୁ ଗୋଟିଏ ଏସବିଏମଏଲ ବନ୍ଧୁକ, ଗୋଟିଏ ଛୁରି, ୨ବାଇକ ,୨ମୋବାଇଲ ଜବତ କରାଯାଇଛି। ଅଭିଯୁକ୍ତ ୨ଜଣ ହେଲେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗ୍ରାମର ସଞ୍ଜୟ କୁମାର ସାହୁ(୩୯), କଙ୍କୁରପାଳ ଗ୍ରାମର ବାବୁଲି ବେହେରା(୪୦ )। ଏଥିନେଇ କଣିହାଁ ଆଇଆଇସି ପ୍ରଭାତ କୁମାର ତ୍ରିପାଠୀ ଏକ ମକଦମା ୧୯୨/୨୦ ଦଫା୩୯୯/୪୦୨/୨୫ଆର୍ମସ ଆକ୍ଟରେ ରୁଜୁ କରି ସୋମବାର ଅଭିଯୁକ୍ତ ୨ଜଣଙ୍କୁ କୋର୍ଟ ଚାଲାଣ କରିଛନ୍ତି ।

Comments are closed.