ଏଆଇୟୁଟିୟୁସି ପକ୍ଷରୁ ସାରା ଓଡିଶା ଦାବି ଦିବସ ପାଳିତ; ଚୁକ୍ତିଭିତିକ ଠିକା କର୍ମଚାରୀଙ୍କୁ ଛଟେଇ ନ କରି ସ୍ଥାୟୀ କରିବାକୁ ଦାବି

କଣିହାଁ: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଠିକ ଓ ଚୁକ୍ତି ଭିତିକ କର୍ମଚାରୀଙ୍କୁ ଛଟେଇ ନକରି ସ୍ଥାୟୀ କରାଯିବା ପାଇଁ ଏଆଇୟୁଟିୟୁସି ପକ୍ଷରୁ ଦାବି କରାଯାଇଛି । ଏଆଇୟୁଟିୟୁସି ପକ୍ଷରୁ ଏଥିନେଇ ଅଗଷ୍ଟ-୪ ତାରିଖକୁ ସାରା ଓଡିଶା ଦାବି ଦିବସ ଭାବେ ପାଳନ କରାଯାଇଛି । ଏଆଇୟୁଟିୟୁସି କଣିହାଁ କମିଟି ପକ୍ଷରୁ ମଙ୍ଗଳବାର ଗଦାଶିଳା କାର୍ଯ୍ୟାଳୟ ଠାରେ ଏଆଇୟୁଟିୟୁସି ରାଜ୍ୟ ସମ୍ପାଦକ ଜୟସେନ ମେହେର, ରାଜ୍ୟ ଉପସଭାପତି ଭିକାରୀ ପ୍ରଧାନ, ଅନଗୁଳ ଜିଲା ସଭାପତି ପ୍ରହ୍ଲାଦ ଚନ୍ଦ୍ର ସାହୁ, ସଭ୍ୟ ଅଭୟ ନାଏକ, ଦୁଃଖୀଶ୍ୟାମ ମଲ୍ଲିକ,ପ୍ରତାପ ଚନ୍ଦ୍ର ସାହୁ, ଟୁନା ନାଏକ ପ୍ରମୁଖ ଯୋଗଦେଇ ସରକାରଙ୍କ ଏପ୍ରକାର ନୀତିର ଦୃଢ ନିନ୍ଦା କରିବା ସହ ସମସ୍ତ ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା ପାଇଁ ଦାବି ଜଣାଇଛନ୍ତି ।

Comments are closed.