ଏନଟିପିସି ଟ୍ରେନରେ କଟି ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ମୃତ୍ୟୁ

କଣିହାଁ: ଅନୁଗୋଳ ଜିଲା କଣିହାଁ ବ୍ଲକ ଏନଟିପିସି ଟାଉନ ଥାନା ଅନ୍ତର୍ଗତ ଆମ୍ବପାଳ ଲେଭେଲ କ୍ରସିଂ ନିକଟରେ ଏନଟିପିସି ଟ୍ରେନରେ କଟି ଅବସରପ୍ରାପ୍ତ ପୁଲିସ ଅଧିକାରୀ ବିରଞ୍ଚି ନାରାୟଣ ପ୍ରଧାନ(୬୨)ଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ତାଙ୍କର ଘର କଣିହାଁ ଥାନା ଜରଡ଼ା ଗ୍ରାମରେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୯ ଘଟିକା ସମୟରେ ତାଙ୍କର ମୃତ୍ୟୁ ହୋଇଛି। ଲେଭେଲ କ୍ରସିଂ ପାଖରେ ତାଙ୍କର ବାଇକ ଥୁଆ ହୋଇଛି। ଏନିଟିପିସି କୋଇଲା ପରିବହନ କରୁଥିବା ଟ୍ରେନରେ କଟି ତାଙ୍କର ମୃତ୍ୟ ହୋଇଛି । ଖାଲି ଟ୍ରେନ କଣିହାଁ କୋଇଲାଖଣିକୁ କୋଇଲା ଆଣିବା ପାଇଁ ଯାଉଥିବା ସମୟରେ ଆମ୍ବପାଳ ଲେଭେଲ କ୍ରସିଂ ଫାଟକ ବନ୍ଦ ଥିଲା। ସେହି ସମୟରେ ଦୁର୍ଘଟଣା ଘଟିଛି। ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ଘଟଣା ସ୍ଥଳରେ ଜନସାଧାରଣଙ୍କ ଗହଳି ରହିଛି। କ୍ଷତିପୂରଣ ପାଇଁ ଅଡି ବସିଛନ୍ତି ଲୋକେ। ଏନଟିପିସି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Comments are closed.