ଲୋମଶ ଶିଶୁ କାହ୍ନାର ଅସ୍ତ୍ରୋପଚାର

0

ବ୍ରହ୍ମପୁର: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ବାଘୁଆ ଗ୍ରାମର ରାମଚନ୍ଦ୍ର ନାୟକଙ୍କ ପୁଅ କାହ୍ନାର ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ଆରମ୍ଭ ହୋଇଛି।  ଜନ୍ମଗତ ତ୍ରୁଟି କାରଣରୁ କାହ୍ନାର ଶରୀରରେ କଳାଜାଇ ମୁନ୍ଦା ଦେଖାଯାଇଥିଲା। ପରବର୍ତ୍ତୀ ସମୟରେ ସେଠାରେ ଲୋମ କ୍ରମଶଃ ବୃଦ୍ଧି ପାଇବା ସହ ମାଂସ ପିଣ୍ଡୁଳା ମଧ୍ୟ ବଢି ଯାଇଥିଲା। ଏହି କାରଣରୁ କାହ୍ନା ବାହାରକୁ ଯାଇ ପାରୁନଥିଲା। ତେବେ ଗଣମାଧ୍ୟମରେ କାହ୍ନା ବିଷୟରେ ଖବର ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ଚିକିତ୍ସା ପାଇଁ ହାତ ବଢାଇ ଥିଲା। ଜିଲା ପ୍ରଶାସନ କାହ୍ନାକୁ ନେଇ ବ୍ରହ୍ମପୁର ବଡମେଡିକାଲରେ ଭର୍ତ୍ତି କରାଇଥିଲା। ଆଜି ପ୍ଲାଷ୍ଟିକ ସର୍ଜରୀ ବିଭାଗୀୟ ମୁଖ୍ୟ ଡା. ରାଜୁ ଦାସଙ୍କ ନେତୃତ୍ୱରେ ୧୨ଜଣିଆ ଡାକ୍ତରୀ ଟିମ୍‍ କାହ୍ନାର ଅସ୍ତ୍ରୋପଚାର କରୁଥିବା ସୂଚନା ମିଳିଛି।

Leave A Reply