ଲୋମଶ ଶିଶୁ କାହ୍ନାର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି

0

ବ୍ରହ୍ମପୁର: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ବାଘୁଆ ଗ୍ରାମର ରାମଚନ୍ଦ୍ର ନାୟକଙ୍କ ପୁଅ କାହ୍ନା ଧୀରେ ଧୀରେ ସୁସ୍ଥ ହେଉଛି । ଜନ୍ମଗତ ଦୋଷ ଯୋଗୁଁ କାହ୍ନାର ଶରୀରରେ ଲୋମ ଓ ମାଂସ ପିଣ୍ଡୁଳା ବଢିଥିବାରୁ ତାହାର ଅସ୍ତ୍ରୋପଚାର ପାଇଁ ତାକୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ପକ୍ଷରୁ ଏ ନେଇ ତାର ପ୍ରଥମ ପର୍ୟ୍ୟାୟ ଅସ୍ତ୍ରୋପଚାର କରାଯାଇଥିବା ବେଳେ ଆଜି ଦ୍ୱିତୀୟ ଥର ପାଇଁ ତାର ଡ୍ରେସିଂ କରାଯାଇଥିଲା। ସେ ଆଜି ଚଲାବୁଲା ସହ କଥାବାର୍ତା ମଧ୍ୟ ହୋଇଥିବାର ଦେଖିବାକୁ ମିଳିଛି ।

Leave A Reply