ଆଜି ମୁମ୍ବଇରେ ପହଞ୍ଚିବେ ଅଭିନେତ୍ରୀ କଙ୍ଗନା ରଣାୱତ

ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତ ଆଜି ମୁମ୍ବଇରେ ପହଞ୍ଚିବେ। ଏଥିପାଇଁ ସେ ମଣ୍ଡି ସ୍ଥିତ ନିଜ ପୈତୃକ ଘରରୁ ବାହାରିଛନ୍ତି। କଙ୍ଗନା ପୂର୍ବରୁ କହିଥିଲେ, ସେ ୯ ସେପ୍ଟେମ୍ବର ମୁମ୍ବଇରେ ପହଞ୍ଚିବି। କଙ୍ଗନାଙ୍କର ମୁମ୍ବଇକୁ ନେଇ ଦେଇଥିବା ବୟାନ ପାଇଁ କଙ୍ଗନା ଓ ମହରାଷ୍ଟ୍ର ସରକାରଙ୍କ ମଧ୍ୟରେ ଥିବା ତିକ୍ତତା ବଢିଯାଇଛି। ମଣ୍ଡି ରୁ ସେ ଚଣ୍ଡୀଗଡ଼ ଯିବେ, ଏହାପରେ ସେ ବିମାନରେ ମୁମ୍ବଇ ଯିବେ। ମୁମ୍ବଇ ଆସିବା ପୂର୍ବରୁ କଙ୍ଗନାଙ୍କର ୨ ଥର କରୋନା ଟେଷ୍ଟ କରାଯାଇଛି। ତାଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି।

Comments are closed.