କଙ୍ଗନାଙ୍କ ଦକ୍ଷିଣ ଯାତ୍ରା

ବର୍ତ୍ତମାନ ସମୟରେ ବିବାଦରେ ଛନ୍ଦି ହୋଇପଡ଼ିଥିବା କଙ୍ଗନା ରଣାୱତ୍ ନିଜ ଆଗାମୀ ଚଳଚ୍ଚିତ୍ର ‘ଥଲାଇଭି’ର ସୁଟିଂରେ ଶୀଘ୍ର ଯୋଗ ଦେବେ। ୭ ମାସ ପରେ କଙ୍ଗନା ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି ଓ ପ୍ରଥମ ପର୍ଯ୍ୟାୟ ସୁଟିଂ ତାମିଲନାଡ଼ୁରେ ହୋଇପାରେ। ସୋସିଆଲ୍ ସାଇଟରେ ନିଜେ ଏହା ଉଲ୍ଲେଖ କରିବା ସହ ପ୍ରଶଂସକଙ୍କ ଶୁଭେଚ୍ଛା ସେ ଲୋଡିଛନ୍ତି। ସ୍ବର୍ଗୀୟା ରାଜନେତ୍ରୀ ଜୟଲଳିତାଙ୍କ ଏଇ ବାଇଓପିକ୍‌ ପାଇଁ କଙ୍ଗନା ଖୁବ୍ ପରିଶ୍ରମ କରିଛନ୍ତି। ପ୍ରଥମେ ଏଇ ଚରିତ୍ର ପାଇଁ ବିଦ୍ୟା ବାଲାନ୍‌ଙ୍କୁ ମନୋନୀତ କରାଯାଇଥିଲା। ହେଲେ କୌଣସି କାରଣ ପାଇଁ ବିଦ୍ୟା ଏଥରୁ ଓହରିଯାଇଥିଲେ। କଙ୍ଗନାଙ୍କୁ ପରେ ଚୁକ୍ତି କରାଯାଇଛି। ପ୍ରଥମ ପର୍ଯ୍ୟାୟ ସୁଟିଂ ସମୟରେ କଙ୍ଗନା ଏହି ଚଳଚ୍ଚିତ୍ର ପାଇଁ ୯ କିଲୋ ଓଜନ ବଢ଼ାଇଥିବାର ପ୍ରକାଶ। ଶେଷ ପର୍ଯ୍ୟାୟ ସୁଟିଂରେ କଙ୍ଗନାଙ୍କୁ ପୁଣି ଓଜନ ବଢ଼ାଇବାକୁ ହେବ ବୋଲି ୟୁନିଟ୍ ତରଫରୁ କୁହାଯାଇଛି। ଏଥିପାଇଁ ଏବେଠାରୁ କଙ୍ଗନାଙ୍କ ଡାଏଟ୍‌କୁ ଭଲଭାବେ ତଦାରଖ କରାଯାଉଥିବାର ପ୍ରକାଶ।

Comments are closed.