କଙ୍ଗନାଙ୍କୁ କରୋନା

ମୁମ୍ବଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣୌତ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ତାଙ୍କ କୋଭିଡ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି। ଇନ୍‌ଷ୍ଟାଗ୍ରାମରେ ସେ ଏକ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ନିଜକୁ ସେ ସଙ୍ଗରୋଧରେ ରଖିବା ସହିତ କରୋନାର ସମସ୍ତ ନିର୍ଦେଶାବଳୀ ପାଳନ କରୁଥିବା କଙ୍ଗନା ଲେଖିଛନ୍ତି।

କଙ୍ଗନା ଲେଖିଛନ୍ତି, କିଛିଦିନ ହେବ ତାଙ୍କ ଆଖିରେ ଜଳାପୋଡ଼ା ହୋଇଥିଲା। ସେ ଦୁର୍ବଳ ଅନୁଭବ କରୁଥିଲେ। ତେଣୁ ସେ ହିମାଚଳ ଯିବାକୁ ଇଚ୍ଛା କରିଥିଲେ। ସେଥିଲାଗି ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ତେବେ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି। ତେବେ ସେ ଲୋକମାନଙ୍କୁ ବାର୍ତ୍ତା ଦେଇଛନ୍ତି କହିଛନ୍ତି, ତାଙ୍କ ଶରୀରରେ ଏହି ଭୂତାଣୁ ଥିବା ବିଷୟରେ ସେ ଜାଣି ନ ଥିଲେ। ଏହା ଜାଣିବା ପରେ ସେ ଭୂତାଣୁକୁ ଧ୍ଵସ୍ତ କରିଦେବେ ଏବଂ ଏହାକୁ କେହି ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି।

Comments are closed.