ମୁମ୍ବଇ ଆସୁଛନ୍ତି କଙ୍ଗନା : ତାଙ୍କ ବଙ୍ଗଳାରେ ବେଆଇନ ନିର୍ମାଣକୁ ଭାଙ୍ଗିଲା ବିଏମସି

ରହିତାଦେଶ ଜାରି କଲେ ଅଦାଲତ

ମୁମ୍ବଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ବୁଧବାର ମୁମ୍ବଇ ଆସୁଛନ୍ତି, ଖୁବ କମ୍ ସମୟରେ ସେ ମୁମ୍ବଇରେ ପହଞ୍ଚିବେ। ତେବେ ସେ ମୁମ୍ବଇରେ ପହଞ୍ଚିବା ପୂର୍ବରୁ ବିଏସମି ତାଙ୍କ ବାନ୍ଦ୍ରା ବଙ୍ଗଳାରେ ବେଆଇନ ନିର୍ମାଣକୁ ଭାଙ୍ଗି ଦେଇଛି। ବିଏସମିର ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ କଙ୍ଗନା ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଯାହା ଉପରେ ଶୁଣାଣି ଆରମ୍ଭ ହୋଇଛି। ପରେ ଅଦାଲତ ଏହି ଭଙ୍ଗା କାର୍ଯ୍ୟ ଉପରେ ରହିତାଦେଶ ଜାରି କରିଛନ୍ତି।

ବିଏମସି ଟିମ୍ ବାନ୍ଦ୍ରାର ପାଲି ହିଲ୍ ବଙ୍ଗଳାରେ ପହଞ୍ଚି ବୁଲଡୋଜର ଏବଂ ଅନ୍ୟାନ୍ୟ ମେସିନ୍ ସାହାଯ୍ୟରେ ବେଆଇନ ନିର୍ମାଣକୁ ଭାଙ୍ଗି ଦେଇଛି। କିନ୍ତୁ କଙ୍ଗନା କହିଛନ୍ତି ଯେ ମୁଁ କୌଣସି ଭୁଲ କରି ନାହିଁ ଏବଂ ମୋର ଶତ୍ରୁମାନେ ବାରମ୍ବାର ପ୍ରମାଣ କରୁଛନ୍ତି ଯେ ମୁମ୍ବଇ ବର୍ତ୍ତମାନ କାହିଁକି ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ପାଲଟି ଯାଇଛି।

Comments are closed.