ବିଜେପିରେ ଯୋଗଦେବାକୁ କେନ୍ଦ୍ରମନ୍ତ୍ରୀ ରାମଦାସଙ୍କ ନିମନ୍ତ୍ରଣକୁ କଙ୍ଗନାଙ୍କ ଅସ୍ବୀକାର

ମୁମ୍ବାଇ ମହାନଗର ନିଗମ ପକ୍ଷରୁ ଗତକାଲି  ଅଫିସ ଭଙ୍ଗାଯିବା ପରେ ଆଜି ନିଜ ଘରେ ପହଞ୍ଚିଛନ୍ତି କଙ୍ଗନା । ଏହି ଅବସରରେ ଘରର ସ୍ଥିତି ଦେଖି ଅତ୍ୟନ୍ତ ମର୍ମାହତ ହୋଇଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱଲେ ଆଜି କଙ୍ଗନାଙ୍କୁ ଭେଟିଛନ୍ତି । ଏହି ଅବସରରେ ସେ ତାଙ୍କୁ ବିଜେପିରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ ହେଁ କଙ୍ଗନା ନମ୍ରତାର ସହ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ଅନ୍ୟପକ୍ଷରେ କଙ୍ଗନାଙ୍କ ମା’ ଟ୍ବିଟ୍ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାଙ୍କ ଝିଅକୁ ଯଦି ସୁରକ୍ଷା ଯୋଗାଇ ଦିଆଯାଇ ନ ଥାନ୍ତା, ତେବେ ତାଙ୍କ ସହ କିଛି ବି ଘଟିଥାଆନ୍ତା ବୋଲି କଙ୍ଗନାଙ୍କ ମା ଟ୍ବିଟରରେ ଲେଖିଛନ୍ତି ।

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ରାମଦାସ ମଧ୍ୟ ଟ୍ବିଟ୍ ଯୋଗେ କଙ୍ଗନାଙ୍କୁ ଭେଟିଥିବା ଓ ସେ ରାଜନୀତି ନିମନ୍ତେ ଅନାଗ୍ରହ ପ୍ରକାଶ କରିଥିବା ଉଲ୍ଲେଖ କରିଛନ୍ତି ।

Comments are closed.