କଙ୍ଗନାଙ୍କ ଇଚ୍ଛା

ମୁମ୍ବଇ : ନିକଟରେ କଙ୍ଗନା ରଣାୱତ୍ ଅଭିନୀତ ‘ପଙ୍ଗା’ ଚଳଚ୍ଚିତ୍ରର ଟ୍ରେଲର ମୁକ୍ତିଲାଭ କରିଛି। ୩ ମିନିଟ୍ ୩ ସେକେଣ୍ଡର ଏଇ ଟ୍ରେଲର ମୁକ୍ତିଲାଭ ହେବାର ମାତ୍ର ୨୪ଘଣ୍ଟା ମଧ୍ୟରେ ୪୪ ମିଲିୟନ୍୍‌ଥର ଦେଖାଯାଇଥିବାର ପ୍ରକାଶ। ଏହା ସର୍ବଭାରତୀୟସ୍ତରରେ ରେକର୍ଡ କରିଛି। କଙ୍ଗନା ଏ ବାବଦରେ କହିଛନ୍ତି, ମୁଁ ନିଜକୁ ସୌଭାଗ୍ୟବାନ୍ ମଣୁଛି। ଦର୍ଶକଙ୍କ ଏଇ ଭଲପାଇବା ପାଇଁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ଗଣମାଧ୍ୟମ ସହ ବାର୍ତ୍ତାଳାପ କରିବା ସମୟରେ ୩୨ ବର୍ଷୀୟା କଙ୍ଗନାଙ୍କୁ ଯେତେବେଳେ ବିବାହ ସମ୍ପର୍କରେ ପଚରାଗଲା, ସେ କିଛି କ୍ଷଣ ନିରବ ରହି ଉତ୍ତର ଦେଇଥିଲେ। ବିବାହ ସମ୍ପର୍କରେ ସେ ଏଯାଏଁ କିଛି ଚିନ୍ତା କରିନଥିବାବେଳେ ଘରଲୋକ ଅସ୍ତବ୍ୟସ୍ତ ହୋଇଗଲେଣି। ବିଶେଷ କରି କଙ୍ଗନାଙ୍କ ମା’ ସବୁଠୁ ଅଧିକ ଚିନ୍ତିତ। କଙ୍ଗନାଙ୍କ ମତରେ ବିବାହ ସମ୍ପର୍କରେ ସେ ବିଶ୍ବାସଘାତକତା ଚାହୁଁନାହାନ୍ତି। କାରଣ ଥରେ ବିଶ୍ବାସ ଭାଙ୍ଗିଲେ ପରିସ୍ଥିତି କ’ଣ ହୋଇଥାଏ, ତାହା ସମସ୍ତେ ଜାଣନ୍ତି। ଏବେ ସେ କ୍ୟାରିୟରକୁ ନେଇ ବ୍ୟସ୍ତ ଥିବାବେଳେ ବିବାହ ଯୋଜନା ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ନାହିଁ ବୋଲି ହସିହସି କହିଛନ୍ତି କଙ୍ଗନା।

Comments are closed.