କଙ୍ଗନାଙ୍କ ନାଁରେ କର୍ଣ୍ଣାଟକ ପୁଲିସର ମାମଲା

ବେଙ୍ଗାଲୁରୁ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ କର୍ଣ୍ଣାଟକ ପୁଲିସ ମାମଲା ରୁଜୁ କରିଛି। କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା କୃଷକଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ପାଇଁ କଙ୍ଗନାଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି। ଆଇପିସିର ଧାରା ୧୦୮, ୧୫୩ (କ) ଓ ୫୦୪ରେ ମାମଲା ରୁଜୁ କରାଯାଇଛି। କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଅକ୍ଟୋବର ୯ରେ ତୁମାକୁର ଜେଏମ୍ଏଫସି କୋର୍ଟ ପୁଲିସକୁ ନିର୍ଦେଶ ଦେଇଥିଲେ। ସଂସଦରେ ଅନୁମୋଦିତ କୃ​‌ଷି ଆଇନକୁ ବିରୋଧ କରି କୃଷକମାନେ ଆନ୍ଦୋଳନ କରୁଥିବାବେଳେ କଙ୍ଗନା ଏହାକୁ ସମାଲୋଚନା ପୂର୍ବକ ଟୁଇଟ୍ କରିଥିଲେ। ଆନ୍ଦୋଳନକାରୀଙ୍କୁ କଙ୍ଗନା ଆତଙ୍କବାଦୀ ବୋଲି ଆକ୍ଷେପ କରିଥିଲେ। କଙ୍ଗନାଙ୍କ ଏପରି ଆକ୍ଷେପକୁ ନେଇ ଏଲ ରମେଶ ନାଏକ ନାମକ ଓକିଲ ଅଦାଲତରେ ପିଟିସନ ଦାୟର କରିଥିଲେ। ପିଟିସନ ଉପରେ ଶୁଣାଣି କରି ଅଦାଲତ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପୁଲିସକୁ ନିର୍ଦେଶ ଦେଇଛନ୍ତି।

Comments are closed.