ବିଏମସି ଠାରୁ ୨କୋଟି କ୍ଷତିପୂରଣ ଦାବି କ​ଲେ କଙ୍ଗନା

ମୁମ୍ବଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ବ୍ରିହାନ ମୁମ୍ବଇ ମ୍ୟୁନିସିପାଲ (ବିଏମସି) ଠାରୁ ୨କୋଟି ଟଙ୍କା କ୍ଷତିପୂରଣ ଦାବି ପୂର୍ବକ ମୁମ୍ବଇ ହାଇକୋର୍ଟରେ ପିଟିସନ ଦାୟର କରିଛନ୍ତି। ଜବରଦଖଲ ଅଭିଯୋଗରେ ବିଏମସି କର୍ତ୍ତୃପକ୍ଷ କଙ୍ଗନାଙ୍କ ବାନ୍ଦ୍ରାସ୍ଥିତ ପାଲି ହିଲ୍ ବଙ୍ଗଳାକୁ ଭାଙ୍ଗି ଦେଇଥିଲେ। ବଙ୍ଗଳାର ୪୦ ପ୍ରତିଶତ ଅଂଶ ଭଙ୍ଗା ଯାଇଥିବାବେଳେ ଏଥିରେ ଥିବା କେତେକ ମୂଲ୍ୟବାନ ଅସ୍ଥାବର ସମ୍ପତ୍ତି ନଷ୍ଟ ହୋଇଥିଲା। ବିଏମସି କର୍ତ୍ତୃପକ୍ଷ ବେଆଇନ ଜବରଦଖଲ ଉଚ୍ଛେଦ ସମ୍ପର୍କରେ ୨୪ଘଣ୍ଟିଆ ନୋଟିସ ଜାରି କରିବା ପରେ ବଙ୍ଗଳାକୁ ଭାଙ୍ଗିଥିଲେ। ତେବେ ବିଏମସିର ଏହି କାର୍ଯ୍ୟ ଯୋଜନାବଦ୍ଧ ଓ ପୂର୍ବନିର୍ଦ୍ଧାରିତ ବୋଲି କଙ୍ଗନା ତାଙ୍କ ପିଟିସନରେ ଅଭିଯୋଗ କରିଛନ୍ତି। ସେପ୍ଟେମ୍ବର ୯ରେ ବିଏମସି କଙ୍ଗନାଙ୍କ ବଙ୍ଗଳାକୁ ଭାଙ୍ଗିଥିବାବେଳେ ୧୦ ତାରିଖରେ କଙ୍ଗନା ହାଇକୋର୍ଟରେ ପିଟିସନ ଦାୟର କରିଥିଲେ। ତେବେ ପିଟିସନରେ ସଂଶୋଧନ ପୂର୍ବକ କଙ୍ଗନା ଏବେ ୨କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି।

Comments are closed.