କନିକାଙ୍କ ମାଧ୍ୟମରେ ସଂକ୍ରମିତ ଯୁବରାଜ ଚାର୍ଲସ୍‌ !

ଲଣ୍ଡନ : ଭାରତୀୟ କଣ୍ଠଶିଳ୍ପୀ କନିକା କପୁର ଓ ବ୍ରିଟିଶ ରାଜକୁମାର ଚାର୍ଲସ୍‌ କରୋନା ସଂକ୍ରମିତ ହେବା ପରେ ଉଭୟଙ୍କର ଅଳ୍ପଦିନ ପୂର୍ବର ଏକ ଫଟୋକୁ ନେଇ ସାମାଜିକ ଗଣମାଧ୍ୟମରେ ଜୋର୍‌ଦାର ଚର୍ଚ୍ଚା ଚାଲିଛି। କନିକାଙ୍କ ମାଧ୍ୟମରେ ଚାର୍ଲସ୍‌ ସଂକ୍ରମିତ ହୋଇଥିବା ଏହି ଚର୍ଚ୍ଚାର କେନ୍ଦ୍ର ପାଲଟିଛି। କନିକା ଗତ ସପ୍ତାହରେ ସଂକ୍ରମିତ ହୋଇଥିବାବେଳେ ମଙ୍ଗଳବାର ଚାର୍ଲସ୍‌ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରିପୋର୍ଟ ଆସିଥିଲା। ମାର୍ଚ୍ଚ ୯ରେ କନିକା ଇଂଲଣ୍ଡ ଗସ୍ତ କାର୍ଯ୍ୟକ୍ରମ ଶେଷକରି ଭାରତ ଫେରିଥିଲେ। ଏହି ଗସ୍ତ ସମୟରେ ଚାର୍ଲସ୍‌ଙ୍କ ସହିତ କନିକା ସମ୍ପର୍କରେ ଆସିଥିଲେ। ଉଭୟଙ୍କ ସାକ୍ଷାତ ଆଲୋଚନାର ପ୍ରମାଣ ସ୍ବରୂପ ‘କନିକା କପୁର ଚାର୍ଲସ୍‌ଙ୍କ ସହିତ ​ପ୍ରେମ ଓ ଯତ୍ନର ବାର୍ତ୍ତା ବାଣ୍ଟୁଛନ୍ତି’ ଶୀର୍ଷକ ଲେଖାଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଖେଳିବୁଲୁଛି। ଚାର୍ଲସ୍‌ ଓ ତାଙ୍କ ପତ୍ନୀଙ୍କ ସହିତ କନିକାଙ୍କର ଏକ ଫଟୋ ମଧ୍ୟ ପ୍ରସାର ହୋଇଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ରାଜପରିବାର ଦ୍ବାରା ଆୟୋଜିତ ଏକ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ଅବସରରେ କନିକା ଚାର୍ଲସ୍‌ ଓ ରାଜପରିବାର ସଦସ୍ୟଙ୍କୁ ଭେଟିଥିଲେ ବୋଲି କୁହାଯାଉଛି।

Comments are closed.