ଦ୍ବିତୀୟ ଟେଷ୍ଟରୁ ୱିଲିୟମସନ୍‌ ବାଦ୍‌

ବର୍ମିଂହାମ୍‌: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଶକ୍ତ ଧକ୍କା ଲାଗିଛି। ଦଳର ଅଧିନାୟକ କେନ୍ ୱିଲିୟମସନ୍‌ ଗୁରୁବାରଠାରୁ ବର୍ମିଂହାମରେ ଆରମ୍ଭ ହେବାକୁ ଥିବା ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ ସିରିଜ୍‌ରେ ଖେଳିବେନି। ବାମ କହୁଣୀରେ ଆଘାତ ଲାଗିଥିବାରୁ ୱିଲିୟମସନ୍‌ ଉକ୍ତ ମ୍ୟାଚରେ ଖେଳିବେ ନାହିଁ। ଜୁନ୍‌ ୧୮ରୁ ଭାରତ ବିପକ୍ଷ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ପୂର୍ବରୁ ୱିଲିୟମସନ୍‌ ସୁସ୍ଥ ହୋଇଯିବା ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଆଶା ରଖିଛି। ବିଶ୍ବର ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ କେନ୍ ୱିଲିୟମସନ୍‌ ଦ୍ବିତୀୟ ଟେଷ୍ଟରୁ ଓହରି ଯିବା ଦଳ ପାଇଁ ଏତେ ସହଜ ହେବ ନାହିଁ। ତଥାପି ଆମକୁ ଗ୍ରହଣ କରିବାକୁ ପଡ଼ିବ ବୋଲି ନ୍ୟୁଜିଲାଣ୍ଡ ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ୟାରୀ ଷ୍ଟେଡ୍‌ କହିଛନ୍ତି। କହୁଣୀ ଆଘାତରୁ ସୁସ୍ଥ ନେଇ ସେ ଇଞ୍ଜେକ୍‌ସନ ନେଉଥନ୍ତି। ଖୁବଶୀଘ୍ର ସୁସ୍ଥ ହୋଇ ଦଳ ସହିତ ଯୋଗଦେବେ ବୋଲି ଷ୍ଟେଡ୍‌ କହିଛନ୍ତି। ସୂଚନାଯୋଗ୍ୟ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର ରେ ଶେଷ ହୋଇଥିଲା।

Comments are closed.