ଲାଞ୍ଚନେଇ ଥାନା ଅଧିକାରୀ ଗିରଫ

0

କନ୍ଧମାଳ : କନ୍ଧମାଳ ଜିଲ୍ଲା ଚକାପାଦର ଥାନା ଅଧିକାରୀ ହରିବନ୍ଧୁ ପରିଡା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ସେ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତିି। ଖବରଅନୁସାରେ ଗୁରୁବାର ସକାଳେ ବାଇଲି ବଞ୍ଜରା ଗ୍ରାମର ଜେନା ମଲ୍ଲିକଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଫୁଲବାଣୀ ଭିଜିଲାନ୍ସ ଟିମ ଖବର ପାଇ ଶ୍ରୀ ପରିଡାଙ୍କୁ ଗିରଫ କରିଥିଲା। ଚକାପାଦ ଥାନା ଲିଆଗଡ଼ ଗ୍ରାମରେ ଗତ ମାସ ୧୭ ତାରିଖରେ ଏକ ବିବାଦୀୟ ଘଟଣାରେ ଥାନାଧିକାରୀ ପରିଡ଼ା ୩ ଜଣଙ୍କୁ ଗିରଫ କରିଥିଲେ। ଘଟଣାରେ ସାକ୍ଷୀଦେଇଥିବା ବାଇଲି ବଞ୍ଜରା ଗାଁର ଜେନା ମଲ୍ଲିକଙ୍କୁ ଗିରଫ କରିବାକୁ ମଧ୍ୟ ଧମକ ଦେଇଥିଲେ। ଏପରିକି ଗିରଫଦାରିରୁ ବର୍ତ୍ତିବା ପାଇଁ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମଧ୍ୟ ମାଗିଥିଲେ । ଭିଜିଲାନ୍ସ ସୂଚନା ମୁତାବକ, ଆଜି ଜେନା ମଲ୍ଲିକ ୧୦ ହଜାର ଟଙ୍କା ନେଇ ପରିଡ଼ାଙ୍କୁ ଥାନାରେ ଦେବାକୁ ଯାଇଥିଲା। ଏହି ସମୟରେ ଖବର ପାଇ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଅନ୍ୟପକ୍ଷରେ ଗିରଫ ଥାନାଧିକାରୀ କହିଛନ୍ତି, ହତ୍ୟା ମାମଲାରେ ସାକ୍ଷୀ ଥିବା ଜେନା ମଲ୍ଲିକ ତାଙ୍କୁ ମିଥ୍ୟାରେ ଫସାଇ ଦେଇଛନ୍ତି । ଭୋଜି କରିବା ବାହାନାରେ ସେ ଆଜି ଥାନାକୁ ଆସି ଜୋର ଜବରଦସ୍ତ ତାଙ୍କ ପକେଟ୍‌ରେ ଟଙ୍କା ଗୁଞ୍ଜି ଦେଇଥିବା ସେ କହିଛନ୍ତି ।

Leave A Reply