କନ୍ଧମାଳ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ ଭିନିତ୍‍ ଅଗ୍ରୱାଲ 

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ନୂତନ ଏସ୍‍ପି ଭାବେ ଭିନୀତ ଅଗ୍ରୱାଲ ଶନିବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବତନ ଏସପି ପ୍ରତିକ ସିଂଙ୍କ ଠାରୁ ସେ ଦାୟିତ୍ୱ ନେଇଛନ୍ତି। ଶ୍ରୀ ଅଗ୍ରୱଲ ଏଥି ପୂର୍ବରୁ ନୁଆପଡା ଏସପି ଭାବେ ଦାୟିତ୍ୱରେ ଥିଲେ। ପୂର୍ବରୁ ସେ ବାଲିଗୁଡ଼ା ଏସଡ଼ିପିଓ ଭାବେ ମଧ୍ୟ କାର୍ଯ୍ୟ କରିଥିବାରୁ ଜିଲ୍ଲା ବିଷୟର ତାଙ୍କର ସାମ୍ୟକ ଧାରଣା ରହିଛି ଯାହ ତାଙ୍କୁ କନ୍ଧମାଳରେ କାର୍ଯ୍ୟ କରିବାର ସହାୟକ ହେବ। ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ସହ ମାଓବାଦୀ ଓ ଗଞ୍ଜେଇ ଚାଲାଣ ରୋକିବା ଉପରେ ଗୁରୁତ୍ୱ ଦେବେ ବୋଲି ସେ ଦାୟିତ୍ୱ ଗ୍ରହଣ ପରେ କହିଛନ୍ତି।

Comments are closed.