ପୁଣି ମାଓବାଦୀଙ୍କ ପୋଷ୍ଟର ; ମାଓ ସଂଗଠନର ବନ୍ଦ ଡାକରାକୁ ସଫଳ କରିବାକୁ ପୋଷ୍ଟରରେ ଉଲ୍ଲେଖ

କନ୍ଧମାଳ : ପୁଣି ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି। ଫିରିଙ୍ଗିଆ ଥାନା ଅନ୍ତର୍ଗତ ପୋକାରୀ ଘାଟିରେ ଗଛକାଟି ରାସ୍ତା ଅବରୋଧ କରିବା ସହ ପୋଷ୍ଟର ମାରିଛନ୍ତି । ଏହାସହ ଆଜି ଠାରୁ ମାଓ ସଂଗଠନର ବନ୍ଦ ଡାକରାକୁ ସଫଳ କରିବାକୁ ଆହ୍ବାନ କରି ପୋଷ୍ଟରରେ ଉଲ୍ଲେଖ କରିଛନ୍ତି। ଏଥିସହ ସୁମେରୁବନ୍ଧ ପଂଚାୟତର ଜଣେ ଗ୍ରାମସାଥିଙ୍କୁ ମାଓବାଦୀମାନେ ଗତକାଲି ଅପହରଣ କରି ନେଇ ରାତିରେ ଛାଡି ଦେଇଥିବା ସୂଚନା ମିଳିଛି । ଏନେଇ ଫିରିଙ୍ଗିଆ ଥାନା ଅଧିକାରୀଙ୍କୁ ପଚାରିବାରୁ ସେ ଏହି ଘଟଣାକୁ ସ୍ୱୀକାର କରିଛନ୍ତି ବୋଲି ସୂଚନା ମିଳିଛି।

Comments are closed.