ଗାନ୍ଧୀ ଜୟନ୍ତୀ ଅବସରରେ ମିନି ମାରାଥନ

ତୁମୁଡିବନ୍ଧ : କନ୍ଧମାଳ ଜିଲା ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ କଲେଜ ପରିସରରେ ଛାତ୍ରଛାତ୍ରୀମାନେ ସଫେଇ କାର୍ୟ୍ୟ କରିଥିଲେ। ପରେ କଲେଜରୁ ଏକ ମିନି ମାରାଥନ କାର୍ୟ୍ୟକ୍ରମ କରାଯାଇଥିଲା। କଲେଜ ଅଧ୍ୟକ୍ଷ ଡ଼.ସୁନିଲ କୁମାର ପାତ୍ର ଫିଟ ଇଣ୍ଡିଆ ପତାକା ଉଡ଼ାଇ ମାରାଥନର ଶୁଭାରମ୍ଭ କରିଥିଲେ। ସେପ୍ଟେମ୍ବର ୧୫ ତାରିଖ ଠାରୁ କଲେଜରେ ଜାତୀୟ ସେବା ଯୋଜନା ଅଧିକାରିଣୀ ଡ଼. ମଞ୍ଜୁଳା ମହାପାତ୍ରଙ୍କ ସଂଯୋଜନାରେ ବିଭିନ୍ନ ସଫେଇ କାର୍ୟ୍ୟ ହାତକୁ ନିଆ ଯାଇଥିଲା। ପ୍ଲାଷ୍ଟିକ ମୁକ୍ତ କରିବା, ଟ୍ରାଫିକ ନିୟମ ମାନିବା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକ୍ରମ କରାଯାଇଥିଲା। ଏଥିରେ ଅଧ୍ୟାପକ ସତ୍ୟ ରଞ୍ଜନ ପାଣିଗ୍ରାହୀ, ସଞ୍ଜୟ କୁମାର ସାହୁ ଙ୍କ ସହ କଲେଜର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।

Comments are closed.