କନ୍ଧମାଳରେ ଆଜି ଜଣେ ଆକ୍ରାନ୍ତ ଚିହ୍ନଟ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଶୂନ ରହିଥିବାବେଳେ ଆଜି ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲା ପ୍ରଶାସନର ସୂଚନା ମୁତାବକ, ଜିଲ୍ଲାରେ ଆଜି ସୁଦ୍ଧା କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୫,୯୦୯ରେ ପହଞ୍ଚଛି। ଏମାନଙ୍କ ମଧ୍ୟରୁ ୫,୮୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୨ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସ୍‍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରେ କୋଭିଡରେ ଆକ୍ରାନ୍ତ ହୋଇ ଆଜି ପର୍ଯ୍ୟନ୍ତ ୩୩ ଜଣ ମୃତ୍ୟୁ ବରଣ କରିଛନ୍ତି।

ସୂଚନା ଯୋଗ୍ୟ, ଇତି ମଧ୍ୟରେ ଗତ ମାସ ୨୮ ତାରିଖ ଏବଂ ଚଲିତ ମାସ ୩ ତାରିଖ ଦିନ ଜିଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଥିଲା।ତେବେ ମୋଟାମୋଟି ଭାବେ ଏବେ ଜିଲାରେ କୋଭିଡ ପ୍ରଭାବ ଆପାତତଃ ହ୍ରାସ ପାଉଥିବା ଅନୁମାନ କରାଯାଇଛି।

Comments are closed.