ଅଗ୍ନିଶମ କର୍ମଚାରୀଙ୍କୁ କରୋନା ଯୋଦ୍ଧା ସମ୍ମାନ

ଫୁଲବାଣୀ : ମହାମାରୀ କୋଭିଡ୍‍କୁ ହରାଇବା ପାଇଁ ଦୀର୍ଘଦିନ ହେଲା କନ୍ଧମାଳ ଜିଲାର ସମସ୍ତ ଅଗ୍ନିଶମ କର୍ମଚାରୀ ଦିନରାତି ଏକ କରି ଲୋକଙ୍କ ସେବା ଯୋଗାଉଛନ୍ତି। କର୍ମଚାରୀମାନଙ୍କର କାର୍ଯ୍ୟକୁ ବିଭିନ୍ନ ମହଲରେ ମଧ୍ୟ ପ୍ରଶଂସା କରାଯାଇଛି। ତେବେ କେବଳ କୋଭିଡ଼୍‍ ପାଇଁ ନୁହେଁ, ନିକଟରେ ହୋଇଥିବା ଲଗାଣ ବର୍ଷାରେ ଫୁଲବାଣୀ ସହରର ଠାଏଁ ଠାଏଁ ବହୁ ସଂଖ୍ୟାରେ ଗଛପଡ଼ି ରାସ୍ତା ଅବରୋଧ ହୋଇଥିବାବେଳେ ତାହାକୁ ମଧ୍ୟ ନିମିଶକ ମଧ୍ୟରେ କର୍ମଚାରୀମାନେ ସଫା କରିଥିଲେ। ଏଭଳି ସ୍ଥଳେ ସ୍ୱାୟତଶାସନ ଦିବସ ଅବସରରେ ଫୁଲବାଣୀ ପୌରପରିଷଦ ପକ୍ଷରୁ ଅଗ୍ନିଶବବାହିନିକୁ କରୋନା ଯୋଦ୍ଧାଭାବେ ସମ୍ମାନିତ କରାଯାଇ ମାନପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରା ଉକ୍ତ ମାନପତ୍ର ପ୍ରଦାନ କରିଥିବା ବେଳେ ଫୁଲବାଣୀ ଅଗ୍ନିଶବବାହିନୀର ହାବିଲ୍‍ଦାର ଚିତ୍ତ ରଂଜନ ସାହୁ ଗ୍ରହଣ କରିଥିଲେ। ଏହି ଅବସରରେ ପୌର ପରିଷଦର ଅନ୍ୟ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ରହି ଉତ୍ସାହିତ କରିଥିଲେ।

Comments are closed.