ଶିକ୍ଷକ ଓ ଆବଶ୍ୟକୀୟ ଶ୍ରେଣୀ ଗୃହ ଦାବୀରେ ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ,ଛାତ୍ରଛାତ୍ରୀ

ଦାବୀ ଦାବି ପୁରଣ ନ ହେଲେ ଅନିର୍ଦ୍ଧିଷ୍ଟ କାଳ ସ୍କୁଲ ରେ ତାଲା ଝୁଲିବ ବୋଲି ଚେତାବନୀ

ବ୍ରାହ୍ମଣୀଗାଁ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ର ହାତୀମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାମାଙ୍ଗି ସରକାରୀ ହାଇସ୍କଲରେ ଶିକ୍ଷକ ଓ ଆବଶ୍ୟକୀୟ ଶ୍ରେଣୀ ଗୃହ ପ୍ରଦାନ ଦାବୀରେ ବୁଧବାର ଦିନ ଅଞ୍ଚଳବାସୀ ତାଲା ପାକାଇବା ସହ ଧାରଣାରେ ବସିଥିବା ବେଳେ ଏଥିରେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ସାମିଲ ହୋଇଥିବା ଶିକ୍ଷକମାନେ ସ୍କୁଲ ବାରଣ୍ଡାରେ ବସିରହି ଶିକ୍ଷାଦାନ କରି ନପାରି ଫେରିଥିବା ଜଣାପଡିଛି। ରାଜ୍ୟ ସରକାର ଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଉନ୍ନତ ମାନର ଗୁଣାତ୍ମକ ଶିକ୍ଷା ଦେବା ଉଦ୍ଦେଶ୍ୟରେ କୋଟି କୋଟି ଅର୍ଥ ବ୍ୟୟରେ ବିଭିନ୍ନ ଯୋଜନା ମାନ ପ୍ରସ୍ତୁତ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ଦୁର୍ଗମ ଅଞ୍ଚଳ ମାନଙ୍କରେ ସେହି ଯୋଜନା ଗୁଡିକ କାର୍ୟ୍ୟକାରୀ ହେଉନଥିବା ରୁ ଦିନକୁ ଦିନ ଶିକ୍ଷା ବ୍ୟବସ୍ଥା ଭୁଷୁଡିବାରେ ଲାଗିଛି।

କେଉଁଠି ଶିକ୍ଷକ ଅଭାବ ଥିବା ବେଳେ କେଉଁଠି ଶ୍ରେଣୀ ଗୃହର ଅଭାବ ଲାଗିରହିଛି ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ବ୍ଲକ ର ଦୁର୍ଗମ ଅଞ୍ଚଳ ହାତୀମୁଣ୍ଡା ପଞ୍ଚାୟତର ତାମାଙ୍ଗି ସରକାରୀ ଉଚ୍ଚ ବିଦ୍ୟାଳୟରେ। ସୂଚନା ମୁତାବକ୨୦୧୫ ମସିହାରୁ ଏହି ସ୍କୁଲ କୁ ଉନ୍ନୀତ ଉଚ୍ଚ ବିଦ୍ୟଳୟର ମାନ୍ୟତା ମିଳିଥିବା ବେଳେ ବର୍ତମାନ ପ୍ରଥମରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ୧୫୭ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ମାତ୍ର ୬ ଜଣ ପ୍ରାଥମିକ ଶିକ୍ଷକରେ ପାଠ ପଢା ଚାଲିଥିବା ବେଳେ ହାଇସ୍କୁଲ ପାଇଁ କୌଣସି ଶିକ୍ଷକ ନିଯୁକ୍ତ ହୋଇନାହାନ୍ତି। ଅନ୍ୟପକ୍ଷରେ ଏଠି କାର୍ୟ୍ୟରତ ଦୁଇଜଣ ଶିକ୍ଷକ ଙ୍କ ଅନ୍ୟତ୍ର ବଦଳି ହୋଇଥିବାରୁ ବାରମ୍ବାର ଦାବୀ ପରେ ସାନ୍ତ୍ୱନା ମୂଳକ ଭାବେ ଖାଲିଥିବା ସ୍ଥାନ ରେ ପୁଣି ଦୁଇଜଣ ଶିକ୍ଷକଙ୍କୁ ପ୍ରଦାନ କରାଯାଇଛି ହେଲେ ହାଇସ୍କୁଲ ପ୍ରାରମ୍ଭରୁ ଆଜ ପର୍ୟ୍ୟନ୍ତ ହାଇସ୍କୁଲ ପାଇଁ କୌଣସି ବିଷୟ ଭିତିକ ଶିକ୍ଷକ ପ୍ରଦାନ କରାଯାଇ ନଥିବା ବେଳେ ୫ଟି ଶ୍ରେଣୀ ଗୃହରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ପାଠପଢା ଚାଲିଛି। ଏ ନେଇ ଏସ୍ ଏମ୍ ସି ,ଏସ୍ ଏମ୍ ଡି ସି , ଅଭିଭାବକ ଓ ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ଅଧିକାରୀ ଙ୍କ ପାଖରେ ବାରମ୍ବାର ଦ୍ୱାରସ୍ଥ ହୋଇଥିଲେ ଏପରିକି ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ବି ଦାବୀ କରିଥିଲେ ବି କୌଣସି ସୁଫଳ ମିଳୁନ ଥିବାରୁ ଧାରଣା ଦେବାକୁ ବାଧ୍ୟ ହୋଇଥିବା ଅଭିଭାବକ ମାନେ କହିଛନ୍ତି। ହାଇସ୍କୁଲ ଶିକ୍ଷକ ଅଭାବରୁ ଗତ ୨୦୧୯ ଶିକ୍ଷା ବର୍ଷରେ ଦଶମ ବୋର୍ଡ ପରିକ୍ଷାରେ ୧୧ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ମାତ୍ର ଜଣେ ଉତିର୍ଣ୍ଣ ହୋଇଥିଲା।

ଏଥିରୁ ସହଜେ ଅନୁମେୟ ଯେ କିଭଳି ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଛି। ଶିକ୍ଷାଦାନ ସମ୍ପର୍କରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ମହେନ୍ଦ୍ର ମଲ୍ଲିକ ଙ୍କୁ ପଚାରିବାରୁ ଶ୍ରେଣୀ ଗୃହ ଅଭାବରୁ ଗୋଟିଏ ଗୃହରେ ଦୁଇଟି ଶ୍ରେଣୀର ପିଲାଙ୍କୁ ବସାଯାଉଛି ,ଏବଂ ହାଇସ୍କୁଲ ପାଇଁ ଶିକ୍ଷକ ନିଯୁକ୍ତି ହୋଇ ନଥବାରୁ ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଠି ହେଉଥିବା ସେ କହିଛନ୍ତି। ତୁରନ୍ତ ହାଇସ୍କୁଲ ନିମନ୍ତେ ଶିକ୍ଷକ ଓ ଆବଶ୍ୟକୀୟ ଶ୍ରେଣୀଗୃହ ପ୍ରଦାନ କରାନ ଗଲେ ଆନ୍ଦାଳନକୁ ଯୋରଦାର କରାଯିବ ଏବଂ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍କୁଲରେ ତାଲା ଝୁଲିବ ବୋଲି ପୁର୍ବତନ ସମିତିସଭ୍ୟ ଉପେନ୍ଦ୍ର ବଲ୍ୟାରସିଂ, ବାବୁଲା ବଲ୍ୟାର ସିଂ ,ଜୟନ୍ତି ବଲ୍ୟାର ସିଂ , ମିତ୍ରସେନ ଉଠାଣସି. ମୁନା ନାୟକ ,ବିରଞ୍ଚି କପାଟ ପାତ୍ର ,ଦିଲୁ ସିଂ ,ବିକ୍ରମ ସିଂ ସମେତ ଅଞ୍ଚଳବାସୀ ଅଡିବସିଛନ୍ତି। ଏହି ପରିପ୍ରେକ୍ଷିରେ ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ଖବର ଲେଖିବା ଯାଏଁ ପ୍ରଶାସନ ପକ୍ଷରୁ କେହି ପହଞ୍ଚିନଥିବା ଜଣାପଡିଛି।

Comments are closed.