ଜଙ୍ଗଲରେ ଦେଶୀ ବନ୍ଧୁକ କାରଖାନା ଠାବ

ବାଲିଗୁଡ଼ା : କନ୍ଧମାଳ ଜିଲାସ୍ଥିତ ଦାରିଙ୍ଗିବାଡ଼ି ଥାନା ଅନ୍ତର୍ଗତ ଦଣ୍ଡିମା ଗାଁ ପାଖ ଜଙ୍ଗଲ ଭିତରେ ପୁଲିସ ଶନିବାର ଦେଶୀ ବନ୍ଧୁକ କାରଖାନା ଠାବ କରିଛି। ଏହାସହ ସମ୍ପୃକ୍ତ ଘଟଣାରେ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ବନ୍ଧୁକ କାରଖାନା ଠାବ ସହ ୨ଟି ଦେଶୀ ବନ୍ଧୁକ, ବିପୁଳ ପରିମାଣରେ ବନ୍ଧୁକ ତିଆରି ସାମଗ୍ରୀ ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି।

Comments are closed.