ମାଓ ସମର୍ଥକ ଗିରଫ

0

ବାଲିଗୁଡା : କନ୍ଧମାଳ ଜିଲା ଦାରିଙ୍ଗବାଡି ପୁଲିସ ଜଣେ ମାଓ ସମର୍ଥକକୁ ଗିରଫ କରିଛି। ଗିରଫ ମାଓ ସମର୍ଥକ ହେଉଛନ୍ତି ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳର ତ୍ରିଲୋଚନ ନାୟକ। ସେ ମାଓବାଦୀଙ୍କ ସହ ସମ୍ପର୍କ ଓ ମାଓବାଦୀ ସଂଗଠନକୁ ସହଯୋଗ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି। ବହୁଦିନ ଆଗରୁ ତ୍ରିଲୋଚନଙ୍କୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ କରିଥିଲା। କିନ୍ତୁ, ମଙ୍ଗଳବାର ଖବରପାଇ ତ୍ରିଲୋଚନକୁ ଗିରଫ କରିବାରେ ସକ୍ଷମ ହୋଇଛି। ଭିନ୍ନ ଭିନ୍ନ ଛଅଟି ମାମଲାରେ ଦାରିଙ୍ଗବାଡି ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।

Leave A Reply