କନ୍ଧମାଳ ଦଙ୍ଗା, ୧୪ ବର୍ଷ ପରେ ୫୬ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

କନ୍ଧମାଳ: ୨୦୦୭ କନ୍ଧମାଳ ଦଙ୍ଗା ଘଟଣାର ବିଚାର କରି ନ୍ୟାୟାଳୟ ୫୬ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ଦଙ୍ଗାରେ ଦାରିଙ୍ଗବାଡ଼ି ଥାନା ଲଦପଙ୍କା ଚର୍ଚ୍ଚ ଓ ୱାର୍ଲଡ ଭିଜନ ଏନଜିଓ କାର୍ଯ୍ୟାଳୟକୁ ପୋଡ଼ି ଦିଆଯାଇଥିଲା। ଘଟଣାର ବିଚାର କରି ଓ ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଏଥିରେ ଜଡ଼ିତ ଥିବା ୫୬ ଜଣ ଅଭିଯୁକ୍ତଙ୍କୁ ବିଚାରପତି ଗଗନ ସାହୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

୨୦୦୭ କନ୍ଧମାଳ ଦଙ୍ଗା ପରେ ଦାରିଙ୍ଗବାଡି ଥାନାରେ କେଶ ନମ୍ବର ୧୨୨/୦୭ରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିଲା ଓ ଏଥିରେ ୫୬ ଜଣଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା। ଦାରିଙ୍ଗବାଡି ଦେୱାନୀ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ଏହି ମାମଲାର ବିଚାର ଚାଲିଥିଲା। ଦୀର୍ଘ ୧୪ ବର୍ଷ ପରେ ଦାରିଙ୍ଗବାଡି ଦେୱାନୀ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ବିଚାରପତି ଗଗନ ସାହୁ ଅଭିଯୁକ୍ତଙ୍କ ବିରୋଧରେ ସାକ୍ଷ୍ୟ ପ୍ରମାଣ ଅଭାବ ଓ ୨୦ରୁ ଉର୍ଦ୍ଧ୍ୱ ସାକ୍ଷୀଙ୍କ ବୟାନରେ ତାଳମେଳ ଅଭାବରୁ ମାମଲାର ରାୟ ଶୁଣାଇ ୫୬ ଜଣଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତମାନଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଉମେଶ କର ଏବଂ ମନୋଜ କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ।

Comments are closed.