ମେଡିକାଲ କଲେଜ ହସ୍ପିଟାଲ ପ୍ରତିଷ୍ଠା ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କନ୍ଧମାଳବାସୀ

ଭୁବନେଶ୍ବର : ‘ମୋ ସରକାର’ କାର୍ୟ୍ୟକ୍ରମର ୨ ପର୍ୟ୍ୟାୟ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଲବାଣୀଠାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରିବା ନେଇ ଘୋଷଣା କରିଥିଲେ। କନ୍ଧମାଳ ଜିଲ୍ଲା ମୁଖ୍ୟାଳୟ ଫୁଲବାଣୀ ଠାରେ ଏହି ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ହେବ । ଯାହା ଫଳରେ ଦୀର୍ଘଦିନ ହେବ କନ୍ଧମାଳ ଜିଲ୍ଲାବାସୀଙ୍କ ଦାବି ପୂରଣ ହେବାକୁ ଯାଉଛି।
ତେଣୁ ଶନିବାର କନ୍ଧମାଳ ଜିଲ୍ଲାର ୨୫୦ରୁ ଅଧିକ ସାଧାରଣ ନାଗରିକ, ଲୋକପ୍ରତିନିଧି, ବରିଷ୍ଠ ନାଗରିକ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ କୃତଜ୍ଞତା ଜଣାଇଛନ୍ତି।

Comments are closed.