ଲଣ୍ଡନରେ ଚହଟିଲେ କନ୍ଧମାଳ ଯୁବକ, ସାଇକେଲ୍‍ ଚାଳନାରେ କୃତିତ୍ୱ

ଫୁଲବାଣୀ: ଲଣ୍ଡନରେ ଚହଟିଳେ କନ୍ଧମାଳ ଜିଲାର ଯୁବକ ସାନୁ ନାୟକ (୪୪)। ତାଙ୍କ ଘର ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କୁମ୍ଭାରକୁପା ଗ୍ରାମର। ୧୫୦ ବର୍ଷରୁ ଅଧିକ ସମୟ ଧରି ଲଣ୍ଡନରେ ଅନୁଷ୍ଠିତ ହେଉଥିବା ଏକ ସାଇକଲ ରେସିଙ୍ଗ୍‍ ପ୍ରତିଯୋଗିତାର ଅଂଶ ଗ୍ରହଣ କରି ନିର୍ଦ୍ଧାରିତ ସମୟ ଠାରୁ ବହୁ ସମୟ ଆଗରୁ ସମାପ୍ତ କରିବାରେ ସେ ସଫଳ ହୋଇଛନ୍ତି। ଉକ୍ତ ପ୍ରତିଯୋଗିତାରେ ପ୍ରାୟ ୧୪ ହଜାରରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ଗତ ୧୯ ଜୁନରେ ଐତିହାସିକ ଲଣ୍ଡନ ସହରରୁ ବ୍ରାଇଟନ୍‍ ସହର ପର୍ଯ୍ୟନ୍ତ ୮୬ କିଲୋମିଟର ପର୍ଯ୍ୟନ୍ତ ହୋଇଥିବା ସାଇକ୍ଳିଂ ପ୍ରତିଯୋଗିତାରେ ସେ ଭାଗନେଇ ୪ ଘଂଟା ୧୬ ମିନିଟରେ ଶେଷ କରିଛନ୍ତି।

ତେବେ ଯେଉଁ କେତେଜଣ ସଫଳ ହୋଇଛନ୍ତି ସେହି ମାନଙ୍କ ମଧ୍ୟରେ କନ୍ଧମାଳର ଏହି ଯୁବକ ଅନ୍ୟତମ। ଏକ ଉପାନ୍ତ ଅଞ୍ଚଳରୁ ଯାଇ ଦୀର୍ଘ ୧୦ ବର୍ଷ ହେଲା ସେ ଲଣ୍ଡନ ସହରରେ ପରିବାର ସହିତ ବସବାସ କରୁଛନ୍ତି। ଜି.ଉଦୟଗିରି ଅନ୍ତର୍ଗତ କୁମ୍ଭାରକୁପା ଗ୍ରାମର ବାପା ବାଞ୍ଚାନିଧି ନାୟକ ଓ ମାଆ ନିଲିମା ନାୟକଙ୍କ ସାନ ପୁଅ ହେଉଛନ୍ତି ସାନୁ। ବଲାଙ୍ଗିରରେ ତାଙ୍କ ପାଠ ପଢ଼ା ଶେଷ କରିଥିବା ବେଳେ ପରବର୍ତ୍ତି ସମୟରେ ସେ ଉଚ୍ଚ ଶିକ୍ଷା ପାଇଁ ପୁନେ ଓ ଅନ୍ୟ ଅଞ୍ଚଳକୁ ଯାଇଥିଲେ। ସେହି ସମୟରେ ତାଙ୍କର ସାକ୍ଷାତ ହୋଇଥିଲା ବିବାହ କରିଥିବା ଲଣ୍ଡନର ମହିଳାଙ୍କୁ। ଆଜକୁ ପ୍ରାୟ ୧୦ ବର୍ଷ ହେଲା ସେ ଲଣ୍ଡନରେ ବାସ କରୁଥିବା ବେଳେ ତାଙ୍କର ସ୍ତ୍ରୀ ସହିତ ଗୋଟିଏ ୬ ବର୍ଷର ଝିଅ ଅଛନ୍ତି।

Comments are closed.