ବିଜେପି ପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀଙ୍କ ଗାଡି କାଚକୁ ଭାଙ୍ଗିଲେ ଦୁର୍ବୃତ୍ତ

କନ୍ଧମାଳ  : କନ୍ଧମାଳ ଜିଲା ବିଜେପି ପ୍ରଭାରୀ ତଥା ରାଜ୍ୟ ବିଜେପି ପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀଙ୍କ ଗାଡିକୁ ଦୁର୍ବୃତ୍ତ ମାନେ ଭାଙ୍ଗିଥିବା ନେଇ ଅଭିଯୋଗ ହୋଇଛି। ଶ୍ରୀ ତ୍ରିପାଠୀ କନ୍ଧମାଳ ଜିଲା ଫୁଲବାଣୀରେ ପୌରପରିସଦ ପ୍ରଚାର କରି ରାତିରେ ୬ ନମ୍ବର ୱାର୍ଡରେ ବିଜେପି ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତିଙ୍କ ଘରେ ରାତ୍ରିଯାପନ କରିଥିଲେ। ତାଙ୍କ  ଗାଡିଟି ଘର ପାଖରେ ରଖିଲେ। କେହି ଦୁର୍ବୃତ୍ତ ପଥର ଗାଡିଟିର କାଚ ମାରି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଏହା ସହିତ କିଛି ବିଜେପି ବ୍ୟାନରକୁ ମଧ୍ୟ ଚିରି ଫୋପାଡ଼ି ଦେଇଛନ୍ତି। ଏହା ଆଗରୁ ମଧ୍ୟ ବିଜେପି ପୋଷ୍ଟରକୁ ଚିରିବା ସହିତ ବିଜେପିକର୍ମୀଙ୍କୁ ମାଡ ମାରିଥିବା ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ବିଜେପି ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତି କହିଛନ୍ତି।

Comments are closed.