କନ୍ଧମାଳରେ ପୁଣି ମାଓପୋଷ୍ଟର

କନ୍ଧମାଳ : କନ୍ଧମାଳରେ ପୁଣି ମାଓପୋଷ୍ଟର। କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ରଡି ଗୁମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲାଗିଛି ଏହି ମାଓ ପୋଷ୍ଟର । ପୋଷ୍ଟର ପାଇଁ ସ୍ଥାନୀୟ  ଅଞ୍ଚଳ ଲୋକେ ଭୟଭୀତ ଅଛନ୍ତି । ଗତକାଲି କନ୍ଧମାଳ ସାଂସଦ ରଡି ଗୁମା ଯାଇ ପ୍ରଚାର କରିଥିବା ବେଳେ ଆଜି ସକାଳୁ ଦେଖିବାକୁ ମିଳିଛି ମାଓ ବେନର । ଦୁର୍ନୀତି ଓ ବେରୋଜଗାରି ବୃଦ୍ଧି ବିସ୍ଥାପନ ବିରୋଧ ଓ ଜଙ୍ଗଲ ଜମି ବିରୁଦ୍ଧରେ ପେସା କାନୁନ୍ କରିବା ଆବଶ୍ୟକତା ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ଏହି  ପୋଷ୍ଟରରେ ସିପିଆଇ ମାଓବାଦୀ ବାଘୁନ। ଡିଭିଜନ୍ ବୋଲି ଲେଖାଯାଇଛି ।  ନୂତନ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଡିଜି ସୁନୀଲ ବଂଶଲଙ୍କ  ସମେତ  ବହୁ ଅଧିକାରୀ ଗତକାଲି କନ୍ଧମାଳ ଆସି ମାଓ ସମୀକ୍ଷା ବୈଠକ କରିଥିଲେ ।

Comments are closed.