କନ୍ଧମାଳ ହେବ ମ୍ୟାଲେରିଆ ମୁକ୍ତ

ଫୁଲବାଣୀ: ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଆଜି କନ୍ଧମାଳ ଜିଲାପାଳ ଡ଼.ବୃନ୍ଦା.ଡ଼ିଙ୍କ ଅଧ୍ୟକ୍ଷତାରେ ଏକ ଭରଚୁଆଲ୍‍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ କନ୍ଧମାଳ ଜିଲାକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। କୋଭିନ୍‍ ନିୟମ ପ୍ରକାରେ ଜିଲାର ସମସ୍ତ ଅଞ୍ଚଳରେ ମ୍ୟାଲରିଆ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ଆହ୍ୱାନ ଦେଇଥିଲେ। ଶୂନ୍ୟ ମ୍ୟାଲେରିଆ ଲକ୍ଷ ହାସଲ ପାଇଁ ସବୁ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଥିଲେ। ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ.ରାଜଶ୍ରୀ ପଟନାୟକ ସମସ୍ତଙ୍କ ସହଯୋଗ କାମନା କରିବା ଜିଲାକୁ ମ୍ୟାଲେରିଆ ମୁକ୍ତ ପାଇଁ ଅନୁରୋଧ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲା ମ୍ୟାଲେରିଆ ଅଧିକାରୀ ଡ଼.ପ୍ରଭାକର ସାହୁ ବିିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ। ଜିଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା କୁମୁଦ ଚନ୍ଦ୍ର ସାହୁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବୁଝାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ବନ ବିଭାଗର ଅଧିକାରୀ, ଜିଲା ମଙ୍ଗଳ ଅଧିକାରୀ, ଡ଼ିପିଏମ୍‍ଙ୍କ ଭଳି ବହୁ ଅଧିକାରୀ ସମେତ ବହୁ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଏଥିରେ ସାମିଲ୍‍ ହୋଇଥିଲେ। ଆଜି ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଜିଲାର ବିିଭିନ୍ନ ଅଞ୍ଚଳରେ କୋଭିଡ଼୍‍ ନିୟମ ପ୍ରକାର ମଧ୍ୟ ବିଭିନ୍ନ ପ୍ରକାର ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Comments are closed.