କନ୍ଧମାଳ ଓ ନବରଙ୍ଗପୁର ଜିଲାକୁ ମିଳିଲା ‘ସ୍କଚ୍‌ ପୁରସ୍କାର’, ଜିଲାପାଳଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନକୁ ମାତୃସ୍ୱାସ୍ଥ୍ୟସେବା ବିକାଶ କ୍ଷେତ୍ରରେ ପ୍ରସୂତୀ ଯାନ, ବାଇକ୍‌ ଆମ୍ବୁଲାନ୍ସ ଓ ଜନନୀ ଅଟୋର ପରିଚାଳନା ପାଇଁ ସ୍କଚ୍‌ ପୁରସ୍କାର ଲାଭ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମରେ ମାତୃସ୍ୱାସ୍ଥ୍ୟ ଉପରେ ଅଗ୍ରାଧିକାର ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନକୁ ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିରେ କ୍ଷେତ୍ରଭିତ୍ତିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଉପଯୋଗ ନିମନ୍ତେ ସ୍କଚ୍‌ ପୁରସ୍କାର ଲାଭ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ତୃଣମୂଳ ସ୍ତରରେ ବିକାଶଧାରାକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ବ୍ୟାପକ ଭାବରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Comments are closed.