କରୋନା ନେଲା ବୃଦ୍ଧ ଓ ବୃଦ୍ଧାଙ୍କ ଜୀବନ; ପ୍ରଶାସନ ପକ୍ଷରୁ ଶବ ସତ୍କାର…ଦେଖନ୍ତୁ ଭିଡ଼ିଓ

କନ୍ଧମାଳ : କିଛି ଦିନ ହେଲା କରୋନାରେ ଚିକିତ୍ସିତ ହେଉଥିବା ଗଣେଶ ବଜାରର ୭୫ ବର୍ଷର ଜଣେ ବୃଦ୍ଧ ଓ ଅମଲାପଡା ଅଞ୍ଚଳର ୮୦ ବର୍ଷର ଜଣେ ବୃଦ୍ଧାଙ୍କର ଡାକ୍ତରଖାନରେ ମୃତ୍ୟୁ ହୋଇଛି। ମୃତ୍ୟୁ ପରେ ଆଜି ପ୍ରଶାସନ ପକ୍ଷରୁ ଶବ ସତ୍କାର ପାଇଁ ଟିମ୍ ହ୍ୟୁମାନିଟି କନ୍ଧମାଳକୁ ସହଯୋଗର ନିବେଦନ କରାଯାଇଥିଲା। ପ୍ରଶାସନର ନିବେଦନ ପ୍ରକାରେ ଟିମର ସଦସ୍ୟମାନେ ପିପିଇ କିଟ୍  ଓ କୋଭିଡ଼୍ ନିୟମ ଅନୁସାରେ ଶବ ସତ୍କାର କରିଥିଲେ। ଏଥିରେ ଉଭୟ ପରିବାରର ସଦସ୍ୟ, ପୌର ପରିଷଦ, ପୁଲିସ ପ୍ରଶାସନ ଓ ରାଜସ୍ବ ନିରୀକ୍ଷକ( ଆରଆଇ) ପ୍ରମୁଖ ସହଯୋଗ କରିଥିଲେ।

 

 

Comments are closed.