କନ୍ଧମାଳ: ୭୩ ନୂଆ ସଂକ୍ରମିତ ଚିହ୍ନଟ, ୮ କୋଭିଡ଼୍‍ ଯୋଦ୍ଧା ସାମିଲ୍‍

ଫୁଲବାଣୀ: କନ୍ଧମାଳରେ ଆଜି ୭୩ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରେ ୪୦ ଜଣ ପୁରୁଷ ଓ ୩୩ ଜଣ ମହିଳା ସଂକ୍ରିମିତ ଅଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୨ ପୁଲିସ କର୍ମଚାରୀ ଓ ୬ ସ୍ୱାସ୍ଥ୍ୟ କର୍ମଚାରୀ ଏପରି ମୋଟ ୮ ଜଣ କୋଭିଡ୍‍ ଯୋଦ୍ଧା ଅଛନ୍ତି। ସବୁ ଦିନ ଭଳି ଆଜି ମଧ୍ୟ ଫୁଲବାଣୀରୁ ସର୍ବାଧିକ ୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଟିକାବାଲିରୁ ୭, ଜି ଉଦୟଗିରିରୁ ୫, କେ ନୁଆଗାଁରୁ ୩, ଚକାପାଦରୁ ୬, ଖଜୁରିପଡାରୁ ୭, କୋଟଗଡରୁ ୧, ଦାରିଙ୍‍ବାଡିରୁ ୫, ତୁମୁଡିବନ୍ଧରୁ ୫, ରାଇକିଆରୁ ୩, ବାଲିଗୁଡାରୁ ୫, ଫିରିଙ୍ଗିଆରୁ ୨ ଓ ଜିଲ୍ଲା ବାହାରୁ ଜଣେ ଚିହ୍ନଟ ହୋଇଛନ୍ତି। ଆଜିର ଚିହ୍ନଟ ସମକ୍ରମିତଙ୍କୁ ମିଶାଇ ଜିଲ୍ଲାରୁ ବର୍ତମାନ ସୁଦ୍ଧା ୩୦୯୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କର ମୃତ୍ୟୁ ହୋଇ ଯାଇଛି ଓ ୨୫୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବାକି ୫୦୬ ସକ୍ରୀୟ ସଂକ୍ରମିତ ବର୍ତମାନ ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.