କନ୍ଧମାଳ: ୮୬ ନୂଆ ଆକ୍ରାନ୍ତଙ୍କ ସହ ସଂକ୍ରମିତ ସଂଖ୍ୟା ୨୮ଶହ ପାର

ବାଲିଗୁଡ଼ା ବିଧାୟକ କରୋନା ପଜିଟିଭ୍‍ ଚିହ୍ନଟ, ହୋମ୍‍ କ୍ୱାରେଣ୍ଟାଇନରେ ରହିଲେ

ଫୁଲବାଣୀ: କନ୍ଧମାଳରେ ଆଜି ୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬ ଜଣ କରୋନା ଯୋଦ୍ଧା ଅଛନ୍ତି। ଜିଲ୍ଲା ପ୍ରଶାସନ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଚିହ୍ନଟ ହୋଇଥିବା ୮୬ ସଂକ୍ରମିତଙ୍କ ମଧ୍ୟରେ ୫୨ ଜଣ ପୁରୁଷ ଓ ୩୪ ଜଣ ମହିଳା ଅଛନ୍ତି। ସର୍ବାଧିକ ଫୁଲବାଣୀରୁ ୪୬ ଜଣ ଚିହ୍ନଟ ହୋଇଥିବା ବେଳେ ଜି.ଉଦୟଗିରିରୁ ୬, କେ.ନୁଆଗାଁରୁ ଜଣେ, ଚକାପାଦରୁ ୧୦, ଖଜୁରିପଡାରୁ ୨, ଦାରିଙ୍ଗବାଡିରୁ ୩, ତୁମୁଡିବନ୍ଧରୁ ୨, ରାଇକିଆରୁ ୨, ବାଲିଗୁଡାରୁ ୨, ଫିରିଙ୍ଗିଆରୁ ୮ ଓ ଜିଲ୍ଲା ବାହାରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ଆଜିର ଚିହ୍ନଟ ୮୬ ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ୨୮ ଶହ ପାର ହୋଇ ୨୮୪୪ରେ ପହଞ୍ଚିଛି। ସେଥି ମଧ୍ୟରୁ ୨୩୩୭ ଜଣ ସୁସ୍ଥ ହୋଇଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇ ଯାଇଛି। ବାକି ୪୯୨ ଜଣ ସକ୍ରୀୟ ସଂକ୍ରମିତ ବର୍ତମାନ ଚିକିତ୍ସିତ ହେଉଥିବା ଜଣାପଡିଛି।

ସେହିଭଳି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେ ଗତ କିଛିଦିନ ହେଲା ଜ୍ୱରରେ ପିଡ଼ିତ ଥିବା ଯୋଗୁଁ ନିଜ ତରଫରୁ ନିଜେ ସେ ବାଲିଗୁଡ଼ା ଡ଼ାକ୍ତରଖାନାରେ ପରୀକ୍ଷା କରିଥିଲେ। ପରୀକ୍ଷା ପରେ ସେ କରୋନା ସଂକ୍ରମିତ ଥିବା ଚିହ୍ନଟ ହୋଇଥିବା ନିଜେ ବିଧାୟକ ପ୍ରକାଶ କରିଛନ୍ତି। ଏଭଳି ସ୍ଥଳେ ସେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ସେ ନିଜ ଗ୍ରାମ କ.ନୂଆଗାଁ ବ୍ଳକ ଅନ୍ତର୍ଗତ ସାଇନପଡ଼ା ପଂଚାୟତର ଦାଉଙ୍ଗିଆ ଗ୍ରାମରେ ହୋମ୍‍ କ୍ୱାରେଣ୍ଟାଇନରେ ଥିବାର ପ୍ରକାଶ କରିଛନ୍ତି। ଏଥି ସହିତ ଗତ କିଛିଦିନ ମଧ୍ୟରେ ତାଭ୍‍କ ସହିତ ଯେଉଁମାନେ କ୍ଳୋଜ କଣ୍ଟାକ୍କଟରେ ଆସିଛନ୍ତି ସେମାନେ ମଧ୍ୟ ନିଜ ପକ୍ଷରୁ ନିଜେ କରୋନା ପରୀକ୍ଷା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ।

Comments are closed.