କନ୍ଧମାଳରେ ପୁଣି ଜଣେ ନୂଆ ସଂକ୍ରମିତ ଚିହ୍ନଟ

ଫୁଲବାଣୀ: ଲଗାତର ଦୁଇଦିନ କନ୍ଧମାଳ ଜିଲାରେ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ଶୂନ ରହିବା ପରେ ମଙ୍ଗଳବାର ପୁଣି ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ଚିକିତ୍ସାଧୀନ ରହିଥିବା ବ୍ୟକ୍ତିଙ୍କ ସଂଖ୍ୟା ୭କୁ ବଢିଛି। ଆଜି ସୁଦ୍ଧା ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୯୨୧ ରହିଥିବା ବେଳେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୫୮୮୧ରେ ପହଞ୍ଚିଛି। ସମୁଦାୟ ୩୩ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ହୋଇଛି। କନ୍ଧମାଳ ଜିଲାରେ ଗତ କିଛି ଦିନ ଧରି କ୍ରମାଗତ ଭାବେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି। ତେଣୁ ମହାମାରୀର ପ୍ରଭାବ ହ୍ରାସ ପାଉଥିବା ଅନୁମାନ କରାଯାଉଛି। ତେବେ ଏହି ମହାମାରୀ ସଂପୂର୍ଣ୍ଣ ଦୂର ନ ହେବା ପର୍ଯ୍ୟନ୍ତ ସମସ୍ତଙ୍କୁ କରୋନା କଟକଣାକୁ ମାନି ଚଳିବାକୁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comments are closed.