କନ୍ଧମାଳରେ ଆଜି ଜିରୋ ପଜିଟିଭ

ଫୁଲବାଣୀ : କନ୍ଧମାଳରେ ସୋମବାର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଲେ ମଙ୍ଗଳବାର ଜିଲା ରିପୋର୍ଟ ଜିରୋ ପଜିଟିଭ ରହିଛି। ଫଳରେ ଆଜି ସୁଦ୍ଧା ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୯୨୭ ରହିଛି। ସେହିଭଳି ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ମଧ୍ୟ ୬ରେ ସ୍ଥିର ଅଛି। ଆଜି ପର୍ଯ୍ୟନ୍ତ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୫୮୮୮ ଅଛି। ଏହି ମହାମାରୀରେ କନ୍ଧମାଳ ଜିଲାରେ ସମୂଦାୟ ୩୩ ଜଣଙ୍କର ମୃତ୍ୟୁ ହୋଇଛି। ଜିଲାରେ ଗତ କିଛି ଦିନ ଧରି କ୍ରମାଗତ ଭାବେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟତଃ ଏକ କିମ୍ବା ଶୂନ ରହୁଛି। ତେଣୁ ଜିଲା କରୋନା ମୁକ୍ତ ଆଡକୁ ଯାଉଥିବା ଅନୁମାନ କରାଯାଉଛି। ତେବେ ମହାମାରୀର ପ୍ରଭାବ ହ୍ରାସ ପାଉଥିଲେ ବି ଏହା ସଂପୂର୍ଣ୍ଣ ଦୂର ନ ହେବା ପର୍ଯ୍ୟନ୍ତ ସମସ୍ତଙ୍କୁ କରୋନା କଟକଣାକୁ ମାନି ଚଳିବାକୁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comments are closed.