କନ୍ଧମାଳରେ ୭ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ

ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୮୪୧ରେ ପହଞ୍ଚିଲା

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ସୋମବାର ଆଉ ୭ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।। ଏହି ସଂକ୍ରମିତମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୮୪୧ ହୋଇଛି। ଏହି ସମସ୍ତ ଆକ୍ରାନ୍ତମାନଙ୍କ ମଧ୍ୟରୁ ୫,୭୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩ ରହିଛି। ଆଉ ୮୦ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିତ୍ସିତ ହେଉଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜିର ସଂକ୍ରମିତମାନଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳର ଜଣେ ସଂକ୍ରମିତ ରହିଥିବାବେଳେ ବାଲିଗୁଡା ବିଜ୍ଞାପିତ ଅଂଚଳ ସମେତ ଚକାପାଦ, ଦାରିଙ୍ଗବାଡି, ଫିରିଙ୍ଗିଆ, ତୁମୁଡିବନ୍ଧ ଏବଂ ଅନ୍ୟ ଅଂଚଳର ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡିଛି।

 

Comments are closed.