ସଡ଼କ ଦୁର୍ଘଟଣା: ବାପାଝିଅ ମୃତ, ମା’ ଗୁରୁତର

ଭୁବନେଶ୍ବର: କନ୍ଧମାଳ ଜିଲାର ବାଲିଗୁଡା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ବାପାଝିଅଙ୍କ ମୃତ୍ୟୁ ହୋଇଥିବାବେଳେ ମା’ ଗୁରୁତର ଆହତ ହୋଇଛନ୍ତି। ବାଲିଗୁଡ଼ା ନିକଟସ୍ଥ ଏନ୍‌ଏଚ୍‌-୫୯ ଜକିକିଆ ଛକ ନିକଟରେ ୨ଟି ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ସାରଙ୍ଗଡ଼ ଗ୍ରାମରୁ ମା’ ଓ ଝିଅଙ୍କୁ ବାଇକ୍‌ରେ ନେଇ ବାପା ଯାଉଥିଲେ। ଗୁରୁତର ମା’ ଓ ଅନ୍ୟ ବାଇକ ଚାଳକଙ୍କୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Comments are closed.