କନ୍ଧମାଳରେ ଯୁକ୍ତ ୨ ପରୀକ୍ଷା ଫଳ ନୈରାଶ୍ୟଜନକ; ମାତ୍ର ୪୦.୭୨ ପ୍ରତିଶତ

ଫୁଲବାଣୀ: ଚଳିତ ବର୍ଷର ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ କନ୍ଧମାଳରେ ନୌରାଶ୍ୟଜନକ ହୋଇଛି। ଓଡିଶାରେ ପରୀକ୍ଷା ଫଳ ୭୦.୨୧ ପ୍ରତିଶତ ହୋଇଥିବା ବେଳେ କନ୍ଧମାଳରେ ମାତ୍ର ୪୦.୭୨ ପ୍ରତିଶତ ପରୀକ୍ଷା ଫଳ ହୋଇଛି, ଯାହାକି ଯୁକ୍ତ ୨ କାଉନ୍‍ସିଲର ବ୍ରହ୍ମପୁର ଆଂଚଳିକ କାର୍ଯ୍ୟାଳୟ ଅଧିନରେ ଥିବା ୮ଟି ଜିଲ୍ଲା ମଧ୍ୟରେ ସବୁ ଠାରୁ କମ୍‍ ଫଳ ହୋଇଛି।

ଆଚଳିକ କାର୍ଯ୍ୟାଳୟର ଡେପୁଟି ସେକ୍ରେଟାରୀ ଡ. କୁଳମଣି ଓଝାଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ଜିଲ୍ଲାରୁ ୬୬୦ ଜଣ ଫର୍ମ ପୁରଣ କରିଥିବା ବେଳେ ୬୫୮ ଜଣ ପରୀକ୍ଷା ଦେଇଥିଲେ। ସେଥି ମଧ୍ୟରୁ ମାତ୍ର ୨୬୮ ଜଣ ପାସ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୫୩ ଜଣ ପାସ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୫୯ ଓ ତୃତୀୟ ଶ୍ରେଣୀରେ ୧୨୬ ଜଣ ପାସ କରିଛନ୍ତି ଏବଂ ୩ ଜଣଙ୍କର ମାଲ ପ୍ରାକ୍ଟିକ୍ସ ହୋଇଥିବା ସେ ସୂଚନା ଦେଇଛନ୍ତି।

Comments are closed.