ଭିଜିଲାନ୍ସ ଜାଲରେ କନ୍ଧମାଳ କ. ନୂଆଗାଁ ଫରେଷ୍ଟ ରେଞ୍ଜର ଅଫିସର

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କନ୍ଧମାଳ କ. ନୂଆଗାଁ ଫରେଷ୍ଟ ରେଞ୍ଜର ଅଫିସର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରୁଛି ଭିଜିଲାନ୍ସ । ଭିଜିଲାନ୍ସ ଟିମ୍‍ ପକ୍ଷରୁ ଅଫିସର ବୈରାଗୀ ଚରଣ ବେହେରାଙ୍କ ଘରେ ଚଢ଼ାଉ ଚାଲିଛି । ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ  । କ.ନୂଆଗାଁ ସରକାରୀ ବାସଭବନ ଓ ଅଫିସ ସହ ଗଞ୍ଜାମ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ଚଢ଼ାଉ ଜାରି ରହିଛି । ଗଞ୍ଜାମ ଗାଙ୍ଗପୁରରେ ଥିବା ୨ ସମ୍ପର୍କୀୟ ଘରେ ମଧ୍ୟ ଚଢ଼ାଉ ଚାଲିଛି । ଚଢ଼ାଉରେ ନିୟୋଜିତ ଅଛନ୍ତି ୪ଜଣ ଡିଏସପି ଓ ୭ଜଣ ଇନ୍ସପେକ୍ଟର ।

Comments are closed.